STORYMIRROR

Puspanjali Panda

Abstract

2  

Puspanjali Panda

Abstract

ଆସ

ଆସ

1 min
232

ଆସ,

ଆଉ ଡେରି କରନା

ଏଇ ତ ରଥ ଠିଆ ହେଲାଣୀ

ଡେରି କାହିଁକି କର ଯେ !

ଢଳି ଢଳି ଆସୁଛ ଏତେ ଡେରି କରୁଛ 

ଭଗତ ଙ୍କ ଧୈର୍ଯ୍ୟର ପରିକ୍ଷା ନଉଛ

ଟିକେ ଦେଖ

କିଏ ଦୁଖଃ ର ପାହାଡ ମୁଣ୍ଡେଇ

କିଏ ସଂସାର କୁ ପଛରେ ପକାଇ

କିଏ ପ୍ରେମ ରେ ଉବୁଟୁବୁ ହୋଇ

ଦୌଡ଼ି ଆସିଛି

ଆଖିପୁରେଇ,ମନ ପୁରେଇ ତୁମକୁ ଟିକେ ଦେଖିବା ପାଇଁ

ଜଲଦି ଆସ ...

ଦେଖ ବଡ଼ଦାଣ୍ଡ ର ଗହଳିକୁ ,

ହେଇ ଦେଖ ସେଇଠି କୁ 

କେମିତି ତୁମ ଅପେକ୍ଷାରେ

ଦେଖା ଅଦେଖା ସୁଖୀ ଦୁଖୀ ମାନେ

ଡ଼ହଳ ବିକଳ

ଆଉ ଡେରି କରନା .

ଆସ ...


Rate this content
Log in

Similar oriya poem from Abstract