Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଆସ ଯିବା ଶିବ ମନ୍ଦିର

ଆସ ଯିବା ଶିବ ମନ୍ଦିର

1 min
230



ଶ୍ରାବଣ ର ସୋମବାର

କାନ୍ଧେ ନେଇ ପାଣି ଭାର

  ଆସ ଯିବା ଶିବ ମନ୍ଦିର

  ପୂଜିବାରେ ଶିବ ଶଙ୍କର

ଢାଳି ଦେବେ ଆଶିଷ ଧାର

 ଗାଉଥିବା ଶିବ ପଞ୍ଚାକ୍ଷର ।

   ଶ୍ରାବଣ ର


ନୀଳ ରଙ୍ଗ ଅପରାଜିତା ଫୁଲ

ଗୟସ ଅରଖ ଦୁଦୁରା ଫୁଲ

  ମୋ ଭୋଳାର ଇଏ ପ୍ରିୟ କୁସୁମ

  ମଥା ପରେ ଥିଲେ କି ଅନୁପମ

ଭାବେ ବନ୍ଧା ସିଏ ଭାବର ଠାକୁର

 ଅଭାବରେ ହୋଇ ଥାଆନ୍ତି ଦୂର ।  

   ଶ୍ରାବଣ ର


ଶୀଘ୍ର ତୋଷ ହୋଇ ଦିଅନ୍ତି ବର

ତେଣୁ ଆଶୁତୋଷ ନାମ ତାଙ୍କର

  ହସ୍ତରେ ତ୍ରିଶୂଳ ଡମ୍ବରୁ ଧରି

  ଭକତ ପାଇଁ କି ଲୀଳା ତାଙ୍କରି

ଗୋ ରସ ଢାଳିଲେ ମଥାରେ ତାଙ୍କରି

  ତୋଷ ହୋଇ ଯାଚି ଦିଅନ୍ତି ବର ।


Rate this content
Log in

Similar oriya poem from Inspirational