ଆସ ଥରେ
ଆସ ଥରେ
ଆସ ଥରେ ଜଳିବା ଜଳାଇବାରଏ ଖେଳ ଖେଳିବା
ଜଳିଯାଇ ଅଙ୍ଗାର ହେବା ପର୍ଯ୍ୟନ୍ତ ଦେହେ ଭର୍ତ୍ତି ବୈଶାଖୀ ଉତ୍ତାପ କେତେ ଆଉ ସମ୍ଭାଳି ରଖିବା ।
ମାପି ଦେଖ ତଫାରେନାଇଟ ସ୍କେଲରେଶହେ ଚାରିରୁ ଅଧିକ ହେବ ନିଶ୍ଚୟ ।
ପହିଲି ଆଷାଢ଼ର ପହିଲି ଛିଟାରେ ଭିଜିବା ଆଗରୁ ଦେହେ ଶିଥିଳତା ଆସିବା ପୂର୍ବରୁ କିଳି ଦେଇ କବାଟ ଝରକା ଖୋଲିଦେବା ଶରୀରର ଉନ୍ମୁକ୍ତ ଇଲାକା ଅନଧିକାର ପ୍ରବେଶକୁ ଅନୁମତି ଦେଇ ଯୌବନକୁ କରିଦେବା ବେଲଗାମ କିଛି କ୍ଷଣ ପାଇଁ ।
ସେ ବି ତ ଅପେକ୍ଷା କରିଛିଯେବେଠୁ ତୁମକୁ ଷୋହଳମୋତେ ଅଠର ଛୁଇଁଛି ।।
