STORYMIRROR

Kalyani Nanda

Abstract

3  

Kalyani Nanda

Abstract

ଆସ ଥରେ ନେଇ ଅବତାର

ଆସ ଥରେ ନେଇ ଅବତାର

1 min
337


ହେ ଈଶ୍ବର ,

ସୃଷ୍ଟିକର୍ତ୍ତା ତୁମେ , ସର୍ଜିଛ ଏ ସାରା ସଂସାର ,

ତୁମେ ଯେ ଶ୍ରେଷ୍ଠ ଶିଳ୍ପୀ, ଶ୍ରେଷ୍ଠ କଳାକାର ,

କିଏ ବା ପାରିଛି ବୁଝି , ତୁମ ସୃଷ୍ଟିର ଗୂଢ ତତ୍ତ୍ବ


ତୁମେ ଯେ ଲେଖକ, ତୁମେ ରଚନାକାର ,

ବିଧାତା ତୁମେ ,ଲେଖନୀ ତୁମ ଲେଖଇ ଭାଗ୍ଯ ଜଗତର,

ତୁମେ ହିଁ ନିର୍ଗୁଣ , ତୁମେ ହିଁ ସଗୁଣ ,

ପରମାତ୍ମା ତୁମେ ଯେ ଏ ସମଗ୍ର ସୃଷ୍ଟିର


ତୁମେ ଯେ ଉଦିତ ସୂର୍ଯ୍ୟ, ଅସ୍ତ ସୂର୍ଯ୍ୟ ର କୋମଳ କିରଣ,

ତୁମେ ପୁଣି ପ୍ରଜ୍ବଳିତ ଶିଖା ସମ ପ୍ରଚଣ୍ଡ ରୌଦ୍ର ତାପ ର ,

କେବେ ତୁମେ ଘୃଣା, ହିଂସା,କେବେ ପୁଣି ପ୍ରେମ ର ସାଗର ,

ତୁମରି ରଚନା, ତୁମରି ସୃଷ୍ଟି ସତେ କି ମନୋହର


ତୁମେ ହିଁ ଯୀଶୁ,

ତୁମେ ହିଁ ଆଲ୍ଲା,

ତୁମେ ହିଁ ତ ଈଶ୍ବର

ଏକରେ ଅନେକ, ଅନେକ ରେ ଏକ ,

ବିବିଧତା ରେ ଭରିଛ ସଭିଙ୍କ ଅନ୍ତର,

ହେ ଈଶ୍ବର,

ଆସ ଥରେ ନେଇ ଏକ ନୂଆ ଅବତାର ,

ଆସ ଅବତରି, ଦେଖି ଯାଅ ଥରେ ତୁମରି ସଂସାର



Rate this content
Log in

Similar oriya poem from Abstract