STORYMIRROR

Sujat Kumar Sahoo

Inspirational

2  

Sujat Kumar Sahoo

Inspirational

ଆସ ଶପଥ ନେବା

ଆସ ଶପଥ ନେବା

1 min
13.2K


ଆସରେ ସାଙ୍ଗ.. ଆସରେ ସାଥି

ଆଜି ଶପଥ ନେବା

ଭାରତ ମାତାର ଜୟ-ଗାନ ପାଇଁ

ଜୀବନକୁ ବାଜି ଲଗାଇ ଦବା ।

ଆଜି ପରା ଦିନେ

ବୀର ସୈନିକ ଜଣେ

ଜନମ ନେଇ ଥିଲେ ।

ନବ ଭାରତର ସୂତ୍ରଧର ସିଏ

ଜୀବନକୁ ବାଜି ଲାଗେଇଥିଲେ ।

ନଭେମ୍ବର ମାସ ଚଉଦ ତାରିଖ,

ପୁଣ୍ୟ ତିଥି ତାଙ୍କ ଜନମ ଦିବସ,

ପିଲାଙ୍କର ଥିଲେ ଉଦୟ ଆକାଶ,

ସେ ଆମ ମଧ୍ୟରେ ପରିଚିତ..

ଚାଚା ନେହେରୁ ନାମରେ ନାମିତ ।

ଆମେ ହିନ୍ଦୁ ନୁହେଁ କି, ମୁସଲିମ ନୁହେଁ 

ନୁହେଁ ବି ଶିଖ ଇସାଈ

ବାପୁ, ନେହେରୁ କହି ଯାଇଛନ୍ତି ,

ଆମେ ପରା ସବୁ ଭାଇ...ଭାଇ

ଆମେ ପରା ସବୁ ଭାଇ... ଭାଇ

ଜନ୍ମ ତିଥି ଏ ପୁଣ୍ୟ ଚାଚାଙ୍କର 

ପୁଷ୍ପାଞ୍ଜଳି ଦେବା ଅନ୍ତରେ ଆମର

ସ୍ୱାଭିମାନ ପାଇଁ ଭାରତ ମାତାର,

ଗଲେ ଯାଉ ପଛେ ଜୀବନ ଆମର..

ଗଲେ ଯାଉ ପଛେ ଜୀବନ ଆମର....।

ଉଚ୍ଚ-ନୀଚ ଆଉ ଛୋଟ-ବଡ଼,

ଧନୀ ଗରିବର ଭେଦ ଭାବ,

ଶିଶୁଙ୍କୁ ଶ୍ରମିକ କାମେ ନଲଗାଇ,

ପଢ଼ାଇବା ତାଙ୍କୁ ପାଠ

ନ ରଖିବା ଆମେ ଅଭାବ କଷଣ ।

ଶତ୍ରୁ ପାଇଁ ହେବା ଧୁର୍ଯଟି ଧୂଷଣ...

ହିମାଳୟ ପ୍ରାୟେ ହୋଇ ଦଣ୍ଡ ମାନ

ଆମେ ଭାରତ ମାତାର ସୁଯୋଗ୍ୟ ସନ୍ତାନ

ଗଲେ ଯାଉ ପଛେ ଆମର ଜୀବନ...

ଗଲେ ଯାଉ ପଛେ ଆମର ଜୀବନ...।

ଆମେ ନୁହେଁ ଶିଶୁ ଭବିଷ୍ୟତ 

ଆମ ହାତେ ଦିନେ ଗଢ଼ା ହେବ,

ଭାରତ ମାତାର ଆଭିଜାତ୍ୟ ।

ଗଲେ ଯାଉ ପଛେ ଆମର ଜୀବନ

ଭୁଲିବାନି ଚା-ଚା ବଳିଦାନ ।

ଭାରତ ମାତାର କରୁଥିବା ସଦା

ଜୟ ଜୟ କାର ଗାନ.....

ଜୟ ଜୟ କାର ଗାନ.....।

   (ସୁଜାତ)

04 .11.2017


Rate this content
Log in

Similar oriya poem from Inspirational