STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ଆସ ପ୍ରଭୁ ଥରେ

ଆସ ପ୍ରଭୁ ଥରେ

1 min
172


ଅବତାର ନେଇ ଆସ ପ୍ରଭୁ ଥରେ

ଦୄଷ୍ଟ ନିବାରଣ ପାଇଁ,

ଦେଶେ ଚାଲୁ ଅଛି ଭୟାଭୟ ନୀଳା

ଉଧାର କରହେ ସାଇଁ।


ଦେଶେ ଚାଲି ଅଛି କରୋନା ତାଣ୍ଡବ

ସଙ୍ଗରେ ଶତ୍ରୁଙ୍କ ଖେଳ,

ନିବାରଣ କର ପ୍ରଭୁ ଜଗନ୍ନାଥ

ନିବାରଣ ହେଉ ଖେଳ।


ମାତୄଭୂମି କାନ୍ଦେ କାନ୍ଦନ୍ତି ଜନତା

ସଙ୍କଟ ହିଁ ଭୟଙ୍କର,

ସଙ୍କଟରୁ ପାର କର ଜଗନ୍ନାଥ

ନ ରହୁ କଷ୍ଟ କାହାର।


ମାନବତା ନାହିଁ ସତ୍ତାର ନିମନ୍ତେ

ଚାଲୁଛି ବିଚିତ୍ର ଖେଳ,

ରାଜନୀତି ହୁଏ ସତ୍ତାର ନିମନ୍ତେ

ବଢୁଛି ଶତ୍ରୁଙ୍କ ଖେଳ।


ଲାଭର ନିମନ୍ତେ ସତ୍ତାରେ ଜଡ଼ିତ

ଚାଲୁଛି ଲାଭର ଖେଳ,

ଜନତା ସେବାରେ ମନ ନାହିଁ କାର

ଚାଲୁଛି ବିରୋଧ ଖେଳ।


ଭୟାଭୟ କାଳେ ଏକତ୍ରିତ ହେବା

ମନୁଷ୍ୟ କର୍ତ୍ତବ୍ୟ ଏହି,

ଭୟଙ୍କର କାଳ କିପରି ଘୁଞ୍ଚିବ

ନେତାଙ୍କ କର୍ତ୍ତବ୍ୟ ଏହି।


ସତ୍ତା ଠାରୁ ବଡ଼ କର୍ତ୍ତବ୍ୟ ହିଁ ଜାଣ

ମନୁଷ୍ୟ ଜୀବନେ ଅଟେ,

ବିପଦ କାଳରେ ସଂଗଠିତ ହୋଇ

ସେବାହିଁ ପବିତ୍ର ଅଟେ।


ମାନବତା ନାହିଁ ଦେଶର ଭିତରେ

ସତ୍ତା ପାଇଁ ହୁଏ ହତ୍ୟ,

ମୄତୁ ର ତାଣ୍ଡବ ନିତ୍ୟେ ଦେଖା ଦିଏ

କିପରି ଚାଲିଛି ସତ୍ତା।


ନିସ୍ବାର୍ଥର ସେବା ଘୁଞ୍ଚି ଯାଉ ଅଛି

ସ୍ବାର୍ଥପର ଏ ଦୁନିଆ,

ସତ୍ତା ସ୍ବାର୍ଥ ପାଇଁ ହତ୍ୟା ହେଉ ଅଛି

ଭୟାଭୟ ଏ ଦୁନିଆ।


ଅବତାର ନେଇ ଆସ ପ୍ରଭୁ ଥରେ

ଦୄଷ୍ଟ ନିବାରଣ ପାଇଁ,

ଦେଶେ ଚାଲୁ ଅଛି ଭୟାଭୟ ନୀଳା

ଉଧାର କରହେ ସାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational