STORYMIRROR

Rabindra kumar Sahoo

Inspirational

3  

Rabindra kumar Sahoo

Inspirational

ଆସ ପାଳିବା

ଆସ ପାଳିବା

1 min
254

  ଆସ ପାଳିବା

  ଦେଶ କଥା, ଜାତି କଥା

  ଏ ସମଗ୍ର ବିଶ୍ଵ କଥା ଭାଳିବା 

  ଆମ ଏ ଦେଶ

     ଆମ ଏ ବିଶ୍ଵ

  ହସିବ ନେଇ

     ନୂତନତାର ହସ

  ପୂରି ଉଠିବ ଆମ ପରିବେଶ

  ବୃକ୍ଷ ରୋପଣ କରି

   ପରିମଳ ବ୍ୟବସ୍ଥା କରିବା

    ସୁନ୍ଦର ନିର୍ମଳ ସ୍ୱଚ୍ଛ ।

   ଆଜିର ତାରିଖ

     ଜୁନ୍ ପାଞ୍ଚର ଦିବସ

   ପାଳୁଛି ସମଗ୍ର ବିଶ୍ଵ

     ବିଶ୍ଵ ପରିବେଶ ଦିବସ

    ଆସ ଆମେ ସଭିଏଁ

     ଶପଥ ନେବା

    ସବୁ ଦିନ, ସବୁ ମାସ ଓ

   ବର୍ଷର ତିନିଶହ ପଞ୍ଚଷଠି ଦିବସ

     ରୋପିବା ବୃକ୍ଷ

   ରଖିବା ଆମ 

     ଗାଆଁ, ସହର ଓ ନଗର

      ନିର୍ମଳ ଓ ସ୍ୱଚ୍ଛ ।

    ହସି ହସାଇବା ଆମ ଦେଶ,

    ଆମ ଜଗତ, ଆମର ଏ ବିଶ୍ଵ

    ପରିବାର ଠାରୁ ପୃଥିବୀ ଯାଏଁ

    ସଭିଙ୍କ ମନେ ଜଗାଇବା ବିଶ୍ୱାସ

    ସହଯୋଗ, ସାହାଯ୍ୟର

    ମନୋଭାବ ନେଇ

    ବଢାଇଚାଲିବା ଭ୍ରାତୃ ଭାବ

    ସରସ ସୁନ୍ଦର କରିବା

     ଆମ ସାମାଜିକ ପରିବେଶ ।

   ଅଭାବ ଆନାଟନକୁ କରି ଦୂର

    ଅସମାନତାର ବିଷ ମଞ୍ଜିକୁ

   ସମଗ୍ର ବିଶ୍ଵୁ କରିବାକୁ ପ୍ରତ୍ୟାହାର

   ସବୁ ମଣିଷ ଚେଷ୍ଟିତ ହୋଇ

   ସଭ୍ୟ, ଶିକ୍ଷିତ ଭାବେ

   ସମାନତାରେ, ସାମାଜିକତାରେ

   ସମାନ କରିବାକୁ ଚେଷ୍ଟିତ ହେବା

   ସବୁ ମଣିଷଙ୍କର ଆର୍ଥିକ ସ୍ତର

   ଯେପରି ଅନାହାରେ, ଅର୍ଦ୍ଧାହାରେ,

    ରୋଗ ବ୍ୟାଧିରେ, ଆତ୍ମହତ୍ୟାରେ

    ମୃତ୍ୟୁ ନ ହେବ କାହାର

    ତେବେ ଯାଇ 

    ସବୁଜ ଶ୍ୟାମଳ ହେବ

    ଆମ ଏ ସୁନ୍ଦର ବିଶ୍ଵର

    କେହି ନ ରହିବେ ବିଶ୍ଵେ

     ଭୂମିହୀନ ଓ ନିଃସ୍ଵ

   ଆମେ ତେବେ ସଫଳ ହେବା

    ପାଳି ବିଶ୍ଵ ପରିବେଶ ଦିବସ ।

   ଅନ୍ୟାୟ, ଅତ୍ୟାଚାର, 

     ଶୋଷଣ ଲୁଣ୍ଠନକୁ

   ସମାଜୁ ଆସ ସଭିଏଁ

       ପ୍ରତିହତ କରିବା

    ଭ୍ରଷ୍ଟ ସମାଜସେବୀ

    ଭ୍ରଷ୍ଟ ନେତୃମଣ୍ଡଳୀଙ୍କୁ

      ବିଶ୍ଵୁ ତଡିବା

    ସବୁ କ୍ଷେତ୍ରେ, ସବୁ ଦିଗେ

    ସରସ ସୁନ୍ଦର କରି

      ଏ ବିଶ୍ଵ ଗଢିବା

    ସ୍ଥିର ଚିତ୍ତ ଧୀର ବୁଦ୍ଧିରେ

    ତ୍ୟାଗପୂତ ମନୋଭାବ ନେଇ

   ଶସ୍ୟଶ୍ୟାମଳା ଭରା 

   ସୁନ୍ଦର ବିଶ୍ଵ ଓ ପରିବେଶ ଗଢିବା

   ଆଜିର ଦିନରେ ଆସ

    ବିଶ୍ଵ ପରିବେଶ ଦିବସ ପାଳିବା ।

   କାହା ମନେ ଓ ହୃଦୟେ

    ଦୁଃଖ କଷ୍ଟ ଯେ ନ ଦେବା

   ବୃକ୍ଷ ରୋପଣ କରି

   ଧୂଳି, ଧୂଆଁ, ବିଷାକ୍ତ ବାଷ୍ପରୁ

   ଆମ ପରିବେଶକୁ ରକ୍ଷା କରିବା

   ସଭିଙ୍କ ମୁଖେ ହସ ଫୁଟାଇ

   ବିଶ୍ଵ ପରିବେଶ ଦିବସ

     ଆସ ପାଳିବା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational