ଆସ ମାସ୍କ ପିନ୍ଧିବା
ଆସ ମାସ୍କ ପିନ୍ଧିବା


ମାନବ ସଭ୍ୟତା ପାଇଁ ଆହ୍ୱାନ ଆଜି |
କାହାସଙ୍ଗେ ସାଙ୍ଗ ହୋଇ ଖେଳିବା ନାହିଁ,
କାହାକୁ ଦେଖିଲେ ବାଟେ ଗପିବା ନାହିଁ |
ବିନା କାରଣରେ ଆମେ ବଜାର ଯାଇ,
କରୋନାକୁ ନିମନ୍ତ୍ରଣ କରିବା ନାହିଁ |
ଭାରି ସ୍ୱାଭିମାନୀହେଲା ସେହି କରୋନା,
ନ ଡାକିଲେ ଘରକୁ ସେ ଜମା ଆସେନା |
ମାସ୍କଟିଏ ପିନ୍ଧିଥିବ ମୁଁହରେ ଯିଏ,
କରୋନାକୁ ପ୍ରତିରୋଧ କରିବ ସିଏ |
ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ,
ଜିନିଷ କିଣିବା ଆମେ ଦୂରରେ ରହି |
ହ୍ୟାଣ୍ଡୱାସେ ବାରମ୍ବାର ହାତକୁ ଧୋଇ,
କରୋନାର ଜୀବାଣୁକୁ ଦେବା ଦୂରେଇ |
ହାତ ନଧୋଇ ମୁଁହରେ ମାରିବା ନାହିଁ,
ବିନା ମାସ୍କରେ ବାହାରେ ବୁଲିବା ନାହିଁ |
ଜର,ଛିଙ୍କ,କାଶ ଅନୁଭବ କରିଲେ,
ଡାକ୍ତରଙ୍କ ପରାମର୍ଶ ନେବାଟି ଭଲେ |
ପୋଲିସକୁ
ଡରି ନୁହେଁ ନିଜର ପାଇଁ,
ସଙ୍ଗରୋଧ ନିୟମକୁ ମାନିବା ଭାଇ |
ପୋଲିସ ନାହିଁ ଏଠାରେ ପଶିବା ଧସି,
ଏପରି କଲେ କରୋନା ଆସିବ ପଶି |
ବିଶ୍ୱ ଆଜି ନିଃଶ୍ୱ ହୁଏ କରୋନା ଲାଗି,
ସଭଁଏ ଯଦି ତାହାକୁ ରହିବା ଜଗି |
ଆମେ ସବୁ ଜଣେଜଣେ ପ୍ରହରୀ ପରି,
ଜଗିବା ତାକୁ ଦେଶକୁ ଦେବାନି ଛାଡି |
ଗଳାବାଟ ଉଣ୍ଡି ସିଏ ଖୋଜୁଛି ବାଟ,
ଆମ ଭିତରେ ନରହୁ ଟିକିଏ ଫାଟ, |
ଘଡିସନ୍ଧି ମୁହୂର୍ତ୍ତ ଏ ପୃଥିବୀ ଲାଗି,
ଏବେଳ ରେ କେହି ଆମେ ଜିବାନି ଭାଜି |
ନିଜପାଇଁ ନୁହେଁ ସାରା ବିଶ୍ୱର ପାଇଁ,
କରୋନାକୁ ଡାକିବାନି ହୁଇସିଲ୍ ଦେଇ |
ସମଗ୍ର ଦେଶରେ ଏବେ ପଡିଛି ହୁରି,
ଅକାଳରେ କେତେ ପ୍ରାଣ ଯାଉଛି ଝରି |
ନିଜେ ଆମେ ବଂଚିବାନି ନିଜର ପାଇଁ,
ମାନବ ସଭ୍ୟତା ପାଇଁ ଆହ୍ୱାନ ଏହି |