Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Pratihari

Inspirational Others Tragedy

2  

Sadananda Pratihari

Inspirational Others Tragedy

ଆସ ମାଆ ଭବାନୀ

ଆସ ମାଆ ଭବାନୀ

1 min
7.0K


ଆସ ମାଆ ଭବାନୀ ସିଂହବାହିନୀ,

ମନ୍ଦାର ପୁଷ୍ପେ ମଣ୍ଡନୀ,

କରୁଛୁ ସ୍ୱାଗତ ମହିଷା ମର୍ଦ୍ଦିନୀ,

ଚଣ୍ଡ ମୁଣ୍ଡ ବିନାସିନୀ ॥

ପାପେ ଭାରାକ୍ରାନ୍ତ ହେଲାଣି ମେଦିନୀ,

ସାଧୁସନ୍ଥ ଡରିଲେଣି,

ଅସଂଖ୍ୟ ମହିଷା ଚଣ୍ଡମୁଣ୍ଡ ଜନ୍ମି,

ଆତଙ୍କ ଖେଳାଇଲେଣି ॥

ଜଳ ସ୍ଥଳ ବାୟୁ ସବୁ ପ୍ରଦୂଷିତ,

ଖାଦ୍ୟେ ଅପମିଶ୍ର ପୁଣି,

ମଣିଷ ପଣିଆ ହଜି ହଜି ଯାଏ,

ଆସିଲେ ପାରିବ ଜାଣି ॥

ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ରେ ଘୋର ଅବ୍ୟବସ୍ଥା,

ହେ ମା' ଜଗତ ଜନନୀ,

ସେବା ଅର୍ଥକାରୀ ଔଷଧ ଭେଜାଲ୍,

ରୋଗେ ହନ୍ତସନ୍ତ ପ୍ରାଣୀ ॥

ଜାତିବାଦ ପ୍ରଥା ସଂରକ୍ଷଣ ବ୍ୟାଧି,

ଉଗ୍ରରୂପ ଧରିଲାଣି,

ବ୍ୟାଙ୍କଧନ ଲୁଟି ଦେଶରୁ ତସ୍କର,

ଦେଶାନ୍ତର ଗମିଲେଣି ॥

ବେକାରୀ ସମସ୍ୟା ଦରଦାମ୍ ବୃଦ୍ଧି,

ଅଣ ଆୟତ ହେଲାଣି,

ରାଜନୀତି ହିଂସା ଦଳୀୟ କନ୍ଦଳେ,

ଗଣତନ୍ତ୍ର ହଜିଲାଣି ॥

କେତେ ଭଣ୍ଡବାବା ଯୌନବ୍ୟାଭିଚାରେ,

କାରାଗାରେ ପଶିଲେଣି,

ସତ୍ୟର ଉପରେ ଅସତ୍ୟର ଏବେ,

ପ୍ରାଦୁର୍ଭାବ ବଢିଲାଣି ॥

ମଦର ବନ୍ୟାରେ ଭାସନ୍ତି ମଦ୍ୟପ,

ମଦ ଲାଗି ବୁଡେ ଭେଳା,

ନାନା ଅଘଟଣ ରାସ୍ତା ଦୁର୍ଘଟଣା,

ସମାଜରେ ବିଶୃଙ୍ଖଳା ॥

ବୃଦ୍ଧ ପିତାମାତା ହୁଅନ୍ତି ହିନସ୍ତା,

ସେବାରୁ ବଞ୍ଚିତ ହୋଇ,

ଆଶ୍ରୟ ଲୋଡନ୍ତି ଜରାନିବାସରେ,

କର୍ମକୁ ଆଦରି ନେଇ ॥

କୋଟି ପ୍ରଣିପାତ ଜଗତ ଜନନୀ,

ଦୁଷ୍ଟ ବିନାଶିନୀ ମାଆ,

ହଟାଇ ତମସା ଦେଇ ଜ୍ଞାନାଲୋକ,

ବିପଦେ ହୁଅ ମାଆ ସାହା ॥


(ସଦାନନ୍ଦ ପ୍ରତିହାରୀ)

ତା୨୮-୦୯-୨୦୧୮




Rate this content
Log in

Similar oriya poem from Inspirational