STORYMIRROR

Jagannath Das

Inspirational

4  

Jagannath Das

Inspirational

ଆସ ମାଆ ଅବତରୀ

ଆସ ମାଆ ଅବତରୀ

1 min
347

ଆସ ମାଆ ଅବତରୀ

ଆନନ୍ଦ ଦିଅ ବିତରି

ଆନନ୍ଦ ରୁପିଣୀ ମାତା ଗୋ ।


ତୋ ସୈାମ୍ୟ ରୁପ ଜରଶି

ଦେଖି ତୋ ପାଦ ପରଶି

ଅନ୍ତର ଉଠୁ ସରସୀଗୋ ।


ତୋର ପଥ ସର୍ବେ ଚାହିଁ

ଆନଂଦ ହୁଏ ,ଏ ମହି

ଉନମତ୍ତ ଚରାଚର ଗୋ ।


ସ୍ବଚ୍ଛ ସ୍ନେହ ଭରା ଏଠି

ସ ସାଗରା ମର୍ତ୍ୟେ ଫିଟି

କେତେକି ଆନନ୍ଦ ଭାସେ ଗୋ ।


ବ୍ରହ୍ମମୟୀ ଜଗନ୍ମାତା

ତ୍ରିଲୋକେ କରୁ ମମତା

ଜଗତ କରଇ ପୁଜା ଗୋ ।


ଦୀପ୍ତ ସୈାଦାମିନୀ ତୁହି

ଆସଗୋ ମମତା ମୟୀ

ଦୁର୍ଗାମାତା ଦଶଭୁଜାଗୋ ।


ଅଚିନ୍ତ୍ୟ ଅରୁପ ସ୍ଥିତ

କେ କରିପାରିବ ବ୍ୟକ୍ତ

ମା ,ତୁମ୍ଭେ କଳ୍ପନାତୀତ ଗୋ ।


ଆଦି ସୃଷ୍ଟି କାରଣ ଗୋ

ତୋହରି ମହତ୍ତ୍ବ ଯୋଗୁ

ଚିନ୍ତାରୁହେ ନାହିଁ ଚିତ୍ତ ଗୋ ।


ମୃନ୍ମୟୀ ମୁରତି ତୋର

ଚିନ୍ମୟୀ ସୈାନ୍ଦର୍ଯ୍ୟତାର

ଆମ୍ଭେ କରୁ ନିରାଜନା ଗୋ ।


ମାଟିର ପିତୁଳା ହୋଇ

ଆସିଥାଅ ଏହି ମହି

ସ୍ବଗୁଣ ପ୍ରକାଶୁ ମାତା ଗୋ ।


Rate this content
Log in

Similar oriya poem from Inspirational