ଆସ ମାଆ ଅବତରୀ
ଆସ ମାଆ ଅବତରୀ
ଆସ ମାଆ ଅବତରୀ
ଆନନ୍ଦ ଦିଅ ବିତରି
ଆନନ୍ଦ ରୁପିଣୀ ମାତା ଗୋ ।
ତୋ ସୈାମ୍ୟ ରୁପ ଜରଶି
ଦେଖି ତୋ ପାଦ ପରଶି
ଅନ୍ତର ଉଠୁ ସରସୀଗୋ ।
ତୋର ପଥ ସର୍ବେ ଚାହିଁ
ଆନଂଦ ହୁଏ ,ଏ ମହି
ଉନମତ୍ତ ଚରାଚର ଗୋ ।
ସ୍ବଚ୍ଛ ସ୍ନେହ ଭରା ଏଠି
ସ ସାଗରା ମର୍ତ୍ୟେ ଫିଟି
କେତେକି ଆନନ୍ଦ ଭାସେ ଗୋ ।
ବ୍ରହ୍ମମୟୀ ଜଗନ୍ମାତା
ତ୍ରିଲୋକେ କରୁ ମମତା
ଜଗତ କରଇ ପୁଜା ଗୋ ।
ଦୀପ୍ତ ସୈାଦାମିନୀ ତୁହି
ଆସଗୋ ମମତା ମୟୀ
ଦୁର୍ଗାମାତା ଦଶଭୁଜାଗୋ ।
ଅଚିନ୍ତ୍ୟ ଅରୁପ ସ୍ଥିତ
କେ କରିପାରିବ ବ୍ୟକ୍ତ
ମା ,ତୁମ୍ଭେ କଳ୍ପନାତୀତ ଗୋ ।
ଆଦି ସୃଷ୍ଟି କାରଣ ଗୋ
ତୋହରି ମହତ୍ତ୍ବ ଯୋଗୁ
ଚିନ୍ତାରୁହେ ନାହିଁ ଚିତ୍ତ ଗୋ ।
ମୃନ୍ମୟୀ ମୁରତି ତୋର
ଚିନ୍ମୟୀ ସୈାନ୍ଦର୍ଯ୍ୟତାର
ଆମ୍ଭେ କରୁ ନିରାଜନା ଗୋ ।
ମାଟିର ପିତୁଳା ହୋଇ
ଆସିଥାଅ ଏହି ମହି
ସ୍ବଗୁଣ ପ୍ରକାଶୁ ମାତା ଗୋ ।
