STORYMIRROR

Prafulla Chandra Mishra

Abstract

3  

Prafulla Chandra Mishra

Abstract

ଆସ ମା ଶାନ୍ତି ପ୍ରଦାୟିନୀ

ଆସ ମା ଶାନ୍ତି ପ୍ରଦାୟିନୀ

1 min
90


ଦେବୀ ଭଗବତୀ,   ଅପର୍ଣ୍ଣା ପାର୍ବତୀ,  ଜୟ ଜୟ ବିନ୍ଧ୍ୟ ବାସିନୀ

ବିଶ୍ଵନାଥ ପ୍ରୀୟା,  ଶିବା ମହାମାୟା,  ମାହେଶ୍ୱରୀ ଚାରୁ ହାସିନୀ

ନମସ୍ତେ, ଜଗତ୍ ବ୍ୟାପି ବିଶ୍ଵରୂପା

ମହୀଷା ମର୍ଦ୍ଦିନୀ, ଗଣେଶ ଜନନୀ, ବାରେ କର ଗୋ ଆସି କୃପା ।।


ରୁଦ୍ରାଣୀ ତାରିଣୀ,  ପର୍ବତ ନନ୍ଦିନୀ,  ବିଲୋଳ ରସନା ଶୂଳିନୀ

ମହାଦେବୀ ବାଣୀ,  ଦେବୀ ନାରାୟଣୀ, ଦ୍ରଉପଦୀ ତୁ ମା ରୁକ୍ମିଣୀ

ନମସ୍ତେ, ଦେବେସୀ ବ୍ରହ୍ମାଣ୍ଡ ମୋହିନୀ

ବିପଦେ ସୁମରେ,  ଶୁଣ ଦେବୀ ଗୌରୀ,  ମା ସର୍ବ ମଙ୍ଗଳକାରିଣୀ ।।


ଗଳେ ମୁଣ୍ଡ ମାଳା,  କଟିରେ ମେଖଳା,  କଳାମେଘି ପାଟ ପତନୀ

ଲହଲହ ଜିହ୍ୱା,    ଜୟା ମା ବିଜୟା,   କରୁଅଛି ତୋରେ ଦଇନି

ନମସ୍ତେ, ଖଡଗ ଖର୍ପର ଧାରିଣୀ

ନୀରିହ ସନ୍ତାନେ,  କରୋନାକ୍ରମଣେ,  ଅସହ୍ୟ ଯନ୍ତ୍ରଣା ହେଲାଣି ।।


ଦେବୀ ଅର୍ଣ୍ଣପୂର୍ଣ୍ଣେ, ତୋର ତ୍ରିନୟନେ, କଟାକ୍ଷ ମାତ୍ରକେ ସଂସାରୁ

ଭଷ୍ମିଭୁତ ହେବ, ପିଡା ମହାମାରୀ,  ରକ୍ଷାକର ତା’ର କବଳୁ

ନମସ୍ତେ, ଭାରତୀ ଜଗତ-ତାରିଣୀ

ପ୍ରଫୁଲ୍ଲ ଡାକଇ, ସିଂହ ରୁଢା ହୋଇ, ଆସ ମା ଶାନ୍ତି ପ୍ରଦାୟିନୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract