STORYMIRROR

Kshitish Jena

Action Inspirational Children

3  

Kshitish Jena

Action Inspirational Children

ଆସ ଖେଳିବା ମିଳି

ଆସ ଖେଳିବା ମିଳି

1 min
211


ଆସରେ ପିଲେ ପାଖକୁ ଆସ

ଖେଳିବା ଆମେ ମିଳି 

ନାଚିବା ଆମେ ଗାଇବା ଆମେ

ଗୀତ ଭଳିକି ଭଳି ।


ସବୁରି ମୁଖେ ଥିବରେ ହସ

ଦୁଃଖ ଯେ କରି ଦୂର

ଛନ୍ଦ କପଟ ନଥିବ ମନେ

ସଭିଏଁ ଆପଣାର ।


ହାରିବା ଆଉ ଜିତିବା ପରା

ଖେଳେ ରହିଛି ଲାଗି

ହାରିବା ପରା ସଫଳତାର

ପ୍ରମୁଖ ଚାବି କାଠି ।


ଆଜି ଜୀବନ କାଲିକି ନାହିଁ

କଳି ଯେ କିଆଁ କରୁ

ଆନନ୍ଦ ମିଳେ ସାଙ୍ଗଟି ଯେବେ

ହସି ଦିଅଇ ଦୂରୁ ।


ଗୋଟେ ଜିନିଷ ଭାଙ୍ଗିଲେ ଭାଇ

ଯୋଡ଼ି ହୁଏନି ପରେ

ବନ୍ଧୁତା ଠାରୁ ବଡ଼ ଜିନିଷ

ନାହିଁ କିଛି ସଂସାରେ ।


ଚାହାଁନ୍ତି ଯଦି ଖେଳିବା ପାଇଁ

ସାନ ଭାଇ ଭଉଣୀ

ଆମ ସାଥିରେ ଖେଳିବା ପାଇଁ

ଉତ୍ସାହ ଦେବା ପୁଣି ।


ପ୍ରେରଣା ଆଉ ଉତ୍ସାହ ପରା

ମନରେ ଦିଏ ବଳ

ଆମକୁ ଦେଖି ପିଲାଏ ଶିଖି

ହୁଅନ୍ତି ଗତିଶୀଳ ।


ଖେଳ ବେଳରେ ଖେଳିବା ଖେଳ

ପଢ଼ା ସମୟେ ପଢ଼ା

ସଜାଡ଼ି ରଖ ଜିନିଷ, କର

ଗୁରୁଜନଙ୍କ ସେବା ।


ଯେଉଁ କାମକୁ କରୁଛ ପିଲେ

ଆଗ୍ରହର ସହ କର

ଆଗ୍ରହ ସହ କାମ କରିଲେ

ଲକ୍ଷ୍ୟ ହେବ ସାକାର ।





Rate this content
Log in

Similar oriya poem from Action