ଆସ ଖେଳିବା ବୋହୁ ବୋହୁକା
ଆସ ଖେଳିବା ବୋହୁ ବୋହୁକା
ଆମେ ସବୁ କୁନି କୁନି ଫୁଲ କଳୀ
କିଏ ହେବ ଆମ ଭଳି
ଭଲ ମନ୍ଦ ଜାଣି ନାହୁଁ ଗୁଲୁ ଗୁଲୁ କଥା କହୁ
ବୁଲୁ ଦାଣ୍ଡେ ହସି ଖେଳି l
ପରଜାପତି ତର ତରକା
କେହି ହେବେନି ଆମ ପରିକା
ଆସ ଖେଳିବା ବୋହୁ ବୋହୁକା l
ସଦାବେଳେ ଆମେ ଖୁସି ରାଗିଗଲେ ଯାଉ ରୁଷି
ସବୁ ସକାଳ ନୂଆ ସକାଳ ଆମେ ତ ସଜ ଗୋଲାପ ଫୁଲ
କଅଁଳିଆ ମନ ଆମ ନାହିଁ ଜମା ଶଙ୍କା ଦକା
ଆସ ଖେଳିବା ବୋହୁ ବୋହୁକା l
ଆମ ଗାଁ ଦାଣ୍ଡ ଧୂଳି ସରଗ ସୁଖରୁ ବଳି
ବାପା ମାଆ ଙ୍କ ମିଛ ଶାସନ ଆମ ଦୁଃଖ ରେ ବିରସ ମନ
ଗେଲ କରି ବୁଝାନ୍ତି ପୁଣି ନାହିଁ କେ ତୋ ପରିକା
ଆସ ଖେଳିବା ବୋହୁ ବୋହୁକା l
ଆମେ ଯଦି ହସୁ ଥିବୁ ଦୁନିଆ କୁ ହସାଇବୁ
ଏକାଠି ହୋଇ ଖେଳିବା ପାଇଁ ଆମର ପାଇଁ ମନାତ ନାହିଁ
ଦୁଷ୍ଟାମୀ ଆମ ଭାରି ସୁନ୍ଦର ଦୁଷ୍ଟ ନହେଲେ ଫିକା
ଆସ ଖେଳିବା ବୋହୁ ବୋହୁକା ।
