STORYMIRROR

Sunita Barik

Classics

3  

Sunita Barik

Classics

ଆସ ଗୋ ମାଆ

ଆସ ଗୋ ମାଆ

1 min
235

ଶରତର ଆଗମନେ କାଶତଣ୍ଡୀର ମୋହନେ

ଆଗମନ କର ମାଆ ତୁମର ଏ ସୁନ୍ଦର ଧରାକୁ

ତୁମ ଆସିବା ପଥ କୁ ନିର୍ନିମେଷ ନୟନରେ

ଅପେକ୍ଷାରତ ସମସ୍ତ ଜୀଵ ଜଗତ

ଉତ୍ସାହିତ ରଙ୍କ ଠୁ ଧନୀ

ସହର ଠୁ ପଲ୍ଲୀ

ସନ୍ଥ ତୁମ ପଦ୍ମପାଦେ ଶରଣାଗତ

ଦୁଷ୍ଟ ଏଵେ ଭୀତତ୍ରସ୍ତ

ମାତା ଅବତରି ଏ ଧରା କୁ ମୁକ୍ତ କର 

ଅନ୍ୟାୟ ଅତ୍ୟାଚାର ଶୋଷଣ ର ଘନ ଅନ୍ଧାର ରୁ  

ତୁମ ର ପବିତ୍ର ଦିବ୍ୟାଲୋକରେ ହଟିଯାଇ

କାଳିମା ର ରାତ୍ରୀ ପ୍ରତି ଟି ଜୀଵ ର ଜୀଵନୀରୁ

ତୁମ ସ୍ପର୍ଶ ରେ ଭରିଯାଉ ପୃଥିବୀର

ପ୍ରତିଟି ପ୍ରାଣରେ ସଞ୍ଜୀଵନୀ ର ପରଶ

ଏଥର ଆଗମନ ହେଉ ପ୍ରତିଟି 

ଅତ୍ୟାଚାର ର ଅନ୍ତିମ ଅଧ୍ୟାୟ 

ହେଉ ଧର୍ମ ର ଚତୁଃର୍ଦିଗେ ଜୟ ଜୟକାର

ତୁମ ଦରଶନେ ପୂର୍ଣ୍ଣ ହେଉ ଏ ମାନବ ଜୀବନ



Rate this content
Log in

Similar oriya poem from Classics