STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

"ଆସ ଦେଶ କଥା ଭାବିବା"

"ଆସ ଦେଶ କଥା ଭାବିବା"

2 mins
409

  

   ମଣିଷ ପରି ମଣିଷ ହୋଇ ବଞ୍ଚିବା

    ମଣିଷ ପଣିଆକୁ ମନେ ହୃଦେ ସଞ୍ଚିବା

    ସାରା ଜଗତେ ସ୍ନେହ ପ୍ରେମ ବାଣ୍ଟିବା

     ଶାନ୍ତି ମୈତ୍ରୀର ବାର୍ତ୍ତା ଜଗତେ ଛିଞ୍ଚିବା

     ଆସ ସଭିଏଁ ଆମେ ଦେଶ କଥା ଭାବିବା ।


    ନୀତି ନୈତିକତାରେ ଯୁବ ପିଢିଙ୍କୁ ଗଢିବା

     ଶିକ୍ଷା, ସ୍ଵାସ୍ଥ୍ୟ ଓ ସଂସ୍କାର ମାଧ୍ୟମେ

      ଆଗକୁ ଆଗକୁ ଯାଇ ଆମେ ବଢିବା

     ପରିବେଶ ସୁରକ୍ଷା କଥା ପଢିବା

     ସାମାଜିକତାରେ ମନୋନିବେଶ କରିବା

    ପର ଆପଣାର ଭେଦଭାବକୁ ମନୁ ଦୂର କରିବା

    ମାତୃଭୂମି ମାତୃଭାଷା ପାଇଁ ଆମେ କାମ କରିବା

      ଆସ ସଭିଏଁ ଆମେ ଦେଶ କଥା ଭାବିବା ।


     ସବୁ ମଣିଷଙ୍କୁ ଭଲ ପାଇବା

      ଜାତି, ର୍ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷେ

       ସବୁ ମଣିଷଙ୍କୁ ମଣିଷ ବୋଲି ଭାବିବା

     ହିଂସା, ଇର୍ଷା, ଦ୍ୱେଷ ଠାରୁ

           ନିଜକୁ ଦୂରେଇ ରଖିବା

     ଅନ୍ୟ ମୁଖେ ହସ ଫୁଟାଇବା ପାଇଁ 

        ଅନ୍ୟ ର ଦୁଃଖେ ସୁଖେ ଭାଗ ନେଇ

     ପରସ୍ପର ମଧ୍ୟେ ସହଯୋଗିତା ଓ

       ସହଭାଗିତା ର କଥା ଶିକ୍ଷିବା

    ଆସ ସଭିଏଁ ଆମେ ଦେଶ କଥା ଭାବିବା ।


     ସମଗ୍ର ମାନବ ଜାତିକୁ ଭଲ ପାଇବାର

      ଦୀକ୍ଷା ଆମେ ସଭିଏଁ ନେବା

    ସାରା ବିଶ୍ଵୁ ଯୁଦ୍ଧ,ସଂଘର୍ଷ ଓ ଦ୍ଵନ୍ଦ୍ଵ ର

      ଅନ୍ତ ପାଇଁ ସର୍ବେ ଶପଥ ନେବା

     ବିଜ୍ଞାନ ର ଜ୍ଞାନକୁ ମଣିଷ ସମାଜର

      ହିତ କାର୍ଯ୍ୟେ ଲଗାଇ ଦେବା

    କଳା ଗୋରା ଧନୀ ନିର୍ଦ୍ଧନ ମଧ୍ୟେ ଥିବା

    ପ୍ରଭେଦକୁ ମନୁ ଓ ହୃଦୁ ଆମ ଦୂରେଇ ଦେବା 

      ଆସ ସଭିଏଁ ଆମେ ଦେଶ କଥା ଭାବିବା ।


    ଜାତି ଧର୍ମ ମଧ୍ୟେ ଥିବା ଅସହିଷ୍ଣୁତା ର

      ବିଷ ମଞ୍ଜି କୁ ସମଗ୍ର ବିଶ୍ଵୁ ହଟାଇ ଦେବା

    ପରିବାର ଓ ପରିବେଶ କୁ 

         ସମୃଦ୍ଧ ପାଇଁ ଚେଷ୍ଟିତ ହେବା

    ନୂତନ ପିଢ଼ିର ତ୍ୟାଗୀ ନେତୃତ୍ବ ଗଠନ ପାଇଁ

      ନୂଆ ଶୈଳୀର ନୀତି ଆଦର୍ଶ ରେ

       ପରିପୂର୍ଣ୍ଣ ନିରଳସ ତ୍ୟାଗୀ ନେତା

      ଦେଶେ ଓ ସମଗ୍ର ବିଶ୍ଵେ ଗଢି ତୋଳିବା

     ଆସ ସଭିଏଁ ଆମେ ଦେଶ କଥା ଭାବିବା ।


    ସାମ୍ୟତା ରେ ବିଶ୍ଵାସ ରଖି

       ଗଣତନ୍ତ୍ରକୁ ସମ୍ମାନ ଦେବା ଶିଖି

    ମାଟିର ମଣିଷ ଙ୍କ ଦୁଃଖ ଦୁର୍ଦ୍ଦଶା କୁ ଦେଖି

     କୃଷକ, ଶ୍ରମିକ, ଦଳିତ ମାନଙ୍କ

       ଶୋଷଣ କଷଣ ବିରୁଦ୍ଧେ

       କରିବା ଆମ ସ୍ଵର ଶାଣିତ

   ନାରୀ ସୁରକ୍ଷା ନାରୀ ସଶକ୍ତିକରଣ କୁ

     ମନେ ହୃଦେ ଆମ କରିବା ଜାଗ୍ରତ

   ନୂଆ ଶୈଳୀର ନୂତନ ପିଢି ଙ୍କ ପାଇଁ

      ଆସ ବାଟ ଖୋଲିବା

   ଆସ ସଭିଏଁ ଶୋଷଣ କଷଣ ମୁକ୍ତ

      ଦେଶ, ବିଶ୍ଵ ତଥା ସମୃଦ୍ଧ

       ଶାନ୍ତ ସ୍ନିଗ୍ଧ ସୁନ୍ଦର ସମାଜ ଗଢିବା

     ଆସ ସଭିଏଁ ଆମେ ଦେଶ କଥା ଭାବିବା

     ସମଗ୍ର ମାନବ ଜାତି ମାନବ ସମ୍ବଳ ର

       ସମଗ୍ର ବିଶ୍ଵର କଥା ଭାବିବା ।


     


      


      

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract