STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ଆସ ବନ୍ଧୁ ହସିବା

ଆସ ବନ୍ଧୁ ହସିବା

1 min
412

    

 ଆସ ବନ୍ଧୁ ହସିବା

 ନିଜେ ହସି 

 ଅପରଙ୍କୁ ହସି ହସାଇବା

 ଆସ ବନ୍ଧୁ ହସିବା ।

    

 ମା ମାଟି ପାଇଁ

 ଅଙ୍କ ଆମ କଷିବା

ରାଜନୀତି, ଅର୍ଥନୀତି

 ସମାଜ ନୀତି ପାଇଁ

 ଭାବି ଆମେ ବସିବା

 ଆସ ବନ୍ଧୁ ହସିବା ।


   ନୀତି ଆଉ ଆଦର୍ଶରେ

   ଜୀବନ ଆମର ବଞ୍ଚିବା

   ପରିବାର ପରିବେଶ ପାଇଁ

   ଆସ ଆମ ପ୍ରାକୃତିକ ସମ୍ପଦ ସଞ୍ଚିବା

   ସମାଜର ସବୁ ବର୍ଗ 

   ସବୁ ଶ୍ରେଣୀର 

   ଲୋକଙ୍କ ସହ ମିଶିବା

   ଧନୀ ଓ ଦରିଦ୍ରଙ୍କ

   ପ୍ରାଚୀରକୁ ଭାଙ୍ଗିବା

   ନିଜେ ହସି ଅପରଙ୍କୁ 

   ହସି ହସାଇବା

   ଆସ ବନ୍ଧୁ ହସିବା ।


   ଯୁଦ୍ଧକୁ ଆମେ ଛାଡିବା

   ଶାନ୍ତି ମୈତ୍ରୀ ଏକତା ରକ୍ଷା କରି

   ସୁନ୍ଦର ବିଶ୍ଵ ଆମ ଗଢିବା

   ଦଳିତ ନିଷ୍ପେସିତ ମହିଳା

   ସମସ୍ତଙ୍କ ଶିକ୍ଷା ସ୍ଵାସ୍ଥ୍ୟ ପାଇଁ

   ଆସ ଆମେ ଲଢିବା

   ସମସ୍ତଙ୍କୁ ସ୍ଵାସ୍ଥ୍ୟ 

   ସମସ୍ତଙ୍କୁ ଶିକ୍ଷା ଦେଇ

   ସୁସ୍ଥ ଦେଶ ସୁସ୍ଥ ସମାଜ

   ଆସ ଆମେ ଗଢିବା 

   ସୁଖ ଶାନ୍ତି ହସ ଖୁସିରେ

   ଜୀବନ ଜୀବିକା କୁ ଦେଖି

   ନିଜେ ହସି ଅପରଙ୍କୁ

   ହସି ହସାଇବା

   ଆସ ବନ୍ଧୁ ହସିବା ।


   ଦୁର୍ନୀତି ଭ୍ରଷ୍ଟାଚାର

   ଦେଶୁ ବିଶ୍ଵୁ ତଡିବା

   ସୁଶାସନ ସୁନୀତି ର ପାଠ

   ଆସ ଆମେ ପଢିବା

   ଜାତି ଧର୍ମ ବର୍ଣ୍ଣ ନାମେ

   ଶୋଷଣ କଷଣ ମୁକ୍ତ

   ସମାଜ ଆମ ଗଢିବା

   ଆମ ପ୍ରଥା ପରମ୍ପରା

   ଆମ ଭାଷା ସଂସ୍କୃତି କୁ

   ସରସ ସୁନ୍ଦର କରି

   ଆସ ଆମେ ଗଢି ତୋଳିବା

   ନିଜେ ହସି ଅପରଙ୍କୁ

   ହସି ହସାଇବା

   ଆସ ବନ୍ଧୁ ହସିବା ।


   ମାଟି ପାଇଁ ମା ପାଇଁ

   ମାଟି ସହ ମିଶିବା

   କନ୍ୟା ଭୃଣ ହତ୍ୟା

   ଯୌତୁକ ପ୍ରଥା

   ସବୁକୁ ଆସ ନାଶିବା

   ଗାଁ ମା ମାଟିକୁ ହସି ହସାଇବା

   ଗାଁର ସମ୍ମାନ ମା'ର ସମ୍ମାନ ବଢାଇ

   ଆମ ଦେଶ ଜାତିକୁ ହସାଇ

   ଶାନ୍ତି ସୁଖରେ ଆମେ ଆସ ହସିବା

   ଦୁଃଖ ସୁଖେ ସଭିଏଁ

   ପରସ୍ପର ସହ ମିଶିବା

   ନିଜେ ହସି ଅପରଙ୍କୁ ହସାଇବା

   ଆସ ବନ୍ଧୁ ହସିବା ।    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract