ଆସ ଭିଜିବା ବର୍ଷାରେ
ଆସ ଭିଜିବା ବର୍ଷାରେ


ଆସନ୍ତକି ଥରେ ଭିଜନ୍ତେ ବର୍ଷାରେ
ଆଜି ଏ ସଞ୍ଜ ବେଳରେ,
ଝିପିଝିପି ବର୍ଷା ଝରି ପଡ଼ୁଅଛି
ମନ ଭିଜୁଅଛି ପ୍ରେମରେ।।
ଚାହିଁ ରହି ଥାଅ ସଞ୍ଜରେ ଯେପରି
ଫେରିବା ବାଟକୁ ମୋର,
ଭିଜେଇ ଦିଅ ତ ପ୍ରେମର ବର୍ଷାରେ
ମନେପଡେ (ସ୍ମୃତି) ଅତୀତର।।
ଆସ ଥରେ ଫେରି ମୋହରି ପାଖକୁ
ଡାକୁଛି ତୁମକୁ ବର୍ଷା,
ପାଉଁଜି ଶବ୍ଦରେ ବରଷା ଛିଟାରେ
ମେଣ୍ଟାଇବା ପ୍ରେମ ତୃଷ୍ଣା।।