STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ଆସ ଅବତରି

ଆସ ଅବତରି

1 min
139


ତୁମେ ଆସିବ ବୋଲି ତ

ନଭ ମଣ୍ଡଳରେ ଶୋଭା ପାଇଲାଣ ଧବଳ ବଉଦ ରୂପୀ ଚନ୍ଦ୍ରାତପ 

ଧରଣୀ ରାଣୀର ବୁକୁ ଉପରେ

ବିଛାଇ ଦେଇଛି ସବୁଜ ରଙ୍ଗର ଗାଲିଚା।

ତୁମ ଶ୍ରୀ ଅଙ୍ଗରେ ଲାଗୁ ହେବା ପାଇଁ କୁମୁଦ ଓ କମଳ ହେଲେଣି

ସରୋବରରେ ପ୍ରସ୍ପୁଟିତ।

ମୃଦୁ ମନ୍ଦ ସମୀରଣରେ ଦୋହଲି

ଚାମର ସେବା ପାଇଁ ପ୍ରସ୍ତୁତ ହେଲାଣି

କାଶତଣ୍ଡି ଫୁଲର ସମ୍ଭାର 

ତୁମେ ଆସିବ ବୋଲିତ

ସୁସଜ୍ଜିତ ହୋଇଛି ପୂଜା ମଣ୍ଡପ

ସେବକ, ଉପାସକ, ପୂଜକଙ୍କ ମୁଖରୁ

ନିସୃତ ହେଲାଣି ଆବାହନୀ ସଙ୍ଗୀତ।ହେ ମାଆ ଦୁର୍ଗା ଦୁର୍ଗତୀ ନାଶିନୀ

ଅବତରି ଆସ ଆମର ଏ ଧରାଧାମେ

ମୃଣ୍ମୟ ମୂର୍ତ୍ତିରେ ଆବିର୍ଭାବ ହୁଅ

 ତୁମ ଦରଶନ ଧନ୍ୟ କରୁଏ ଜୀବନ।

ମାଆ ତୁମେ ଦୟାର ସାଗର

ହଟାଇ ଦେଇ ବଳୀ ଭୋଗ

ପ୍ରତି ମଣିଷ ହୃଦୟ ଭରି ଦିଅ

ଦୟା ବିନୟ କ୍ଷମା ଆଦି ଦୈବ

ସୁଲଭ ଗୁଣରେ।

ଆସୁରିକ ପ୍ରବୃତ୍ତିର କର ସମାପନ

ମହିଷା ମର୍ଦ୍ଧନୀ ମାଆ ଗୋ,

ଧରା ହେଉ ପାପ ମୁକ୍ତ

ଦୁର୍ଗତିର ହେଉ ମୂଳପୋଛ।

ଧରଣୀକୁ ମୁକ୍ତ କର

ଆସୁରିକ ଅତ୍ୟାଚାରରୁ

ସୁର ନର ସମସ୍ତଙ୍କ ପ୍ରତି

ତୁମେ ମାଆ ସାଜି ଅଛ ବଡ ଦୟାଶୀଳା

 ଆସ ମାଆ ଆସ ଅବତରି।



Rate this content
Log in

Similar oriya poem from Action