Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Romance

3  

Prasanna Kumar Madala

Romance

ଆସ ଆସ ସାଥୀ

ଆସ ଆସ ସାଥୀ

1 min
7.0K


ବେଳା ତଟେ ପାଇ ମୋ ହାତେ କିପାଇଁ

ହାତ ତୁମେ ଥିଲ ରଖି

କହିଦିଅ ସତ ତୁମର କି ମତ

ନଥିଲା ସେଦିନ ସଖୀ ।

ଯୋଚିଥିଲି ଶର ହୋଇ ତରବର

ବାଜୁ ନ ବାଜୁଣୁ ବୁକେ

ହେଲାନି ତ ଡେରି ତୁରିତ ସେ ଫେରି

ମୋ ନିଜ ହୃଦୟେ ଢୁକେ ।

ପ୍ରୀତିରସ ସୁଧା ବୋଳିଥିଲେ ସୁଦ୍ଧା

ଭ୍ରମି ଗଲା ମୋର ଶୀର୍ଷ

ବିମୋହିତ ହୋଇ ପଡିଗଲି ଶୋଇ

କେଜାଣି ଯେ ହେଲା କିସ ।

ଏବେ ଏବେ ଦେଖ ତୁମ ରୂପରେଖ

ମାନସ ପଟଳେ ଭାଳି

ଅଜାଣତେ ମୋର ଦେହ ମନ ଘୋର

ଅନଳେ ଯାଉଛି ଜାଳି ।

ତଥାପି ତ ଆହା ହୋଇବ କି ସାହା

କହିଦିଅ ପଦେ ହାୟ

ମୋର ଉପଚାର ଆଉ ନ ପଚାର

ନାହିଁ ମୋର ପରବାୟ !

ଛାଡୁନି ଏ ଜ୍ବର କହ କା' ନଜର

ପଡିଲା ଆମରି ପରେ

ଝୁରି ନିଶି ଦିନେ ତୁମ ପ୍ରୀତି ବିନେ

ମରୁଛି ବିରହ ଭରେ ।

ବିତୁ କାଳ ରାତି ଆସ ଆସ ସାଥୀ

ପୀୟୂଷ କଳସ ଧରି

ପ୍ରେମ ଭାବରସ ହୋଇ ଗୋ ହରଷ

ଅଧରେ ମୋ ଦିଅ ଭରି ।

ପ୍ରସନ୍ନ କୁମାର ମାଦଳା


Rate this content
Log in

Similar oriya poem from Romance