STORYMIRROR

Dharitri Das

Classics

3  

Dharitri Das

Classics

ଆସ ଆସ ମୋର କଳା କହ୍ନେଇ

ଆସ ଆସ ମୋର କଳା କହ୍ନେଇ

1 min
190

ଆସ ଆସ ମୋର କଳା କହ୍ନେଇ

ସର ପୁଳି କରି ଦେବି ଖୁଆଇ।

ନାନା ଜାତି ଫୁଲେ ଗଢ଼ିଛି ଶେଜ

ଆସି ଶୋଇଯାଅ ରାତିରେ ଆଜ।

ରାତି ଯାଇ ହେବ ପ୍ରଭାତ ଯେବେ

ପଞ୍ଚାମୃତେ ସ୍ନାନ କରାଇ ତେବେ।

ପିତବର୍ଣ୍ଣ ବସ୍ତ୍ର ରଖିଛି ଆଣି

ପିନ୍ଧି ଦେବ ତୁମେ ଦେଖାଇ ଠାଣି।

ମୁଣ୍ଡେ ମାରି ଦେବି ମୟୂର ପୁଚ୍ଛ

ଗଭାରେ ସଜାଇ ଫୁଲର ଗୁଚ୍ଛ।

ବାଡ଼ିରେ ଗଢ଼ିଛି ତୁଳସୀ ବନ

ଲାଗଇ ସତେକି ସେ ବୃନ୍ଦାବନ।

ଗୁନ୍ଥି ରଖିଅଛି ତୁଳସୀ ମାଳ

ପିନ୍ଧାଇ ଦେବି ମୁଁ ନନ୍ଦର ବାଳ।

ଗୋବର ପାଣିରେ କରି ପବିତ୍ର

ଅଗଣା ସଜାଇ ଚାହିଁଛି ନେତ୍ର।

ସ୍ନାନ ସାରି ପିନ୍ଧି ସୁକଳ ଵସ୍ତ୍ର

ବସିଅଛି ମୁହିଁ ହୋଇ ପବିତ୍ର।

ଆସ ଆସ ମୋର କଳା କହ୍ନେଇ

ବସାଇବି କୋଳେ ଅଛି ଅନାଇ।

ଆସ ଆସ ମୋର କଳା କହ୍ନେଇ

ଆସ ଆସ ମୋର କଳା କହ୍ନେଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics