STORYMIRROR

Kalandi pal

Abstract Others

4  

Kalandi pal

Abstract Others

ଆସ ଆସ ଜଗନ୍ନାଥ

ଆସ ଆସ ଜଗନ୍ନାଥ

1 min
385


ଅପେକ୍ଷାରେ ରତ ତିନୋଟି ରଥ

ଶରଧା ବାଲିରେ ଉଡ଼ାଇ ନେତ

ଆସ ଆସ ଜଗନ୍ନାଥ

ଆସ ଆସ ଜଗନ୍ନାଥ

ହେଉଛି ବିଳମ୍ବ ଆଉ ଡେରି କରନି ତ।0।


ଚାହିଁ ଛନ୍ତି ଲକ୍ଷ ଲକ୍ଷ ଭକତ

ଢାଳି ପାଦ ତଳେ ଭକ୍ତି ଅମୃତ

ତୁମ ଆସିବାଟା ସତ

ତୁମ ଫେରିବାଟା ସତ

ଚାହାଣି ମଣ୍ଡପେ ଚାହିଁ ରହିଛନ୍ତି ମାତ ।୧।


ମାଆ ହାତ ରନ୍ଧା ମାଉସୀ ପିଠା

ଭୁଲି ପାରୁନାହିଁ  ଦାରୁ ଦେବତା

ଅତୁଟ ବନ୍ଧନ ସେତ

ବାନ୍ଧି ହେଲେ ନନ୍ଦ ସୂତ

ଛାଡ଼ିଯିବା ପାଇଁ ମନ ଆଉ ହେଉନି ତ ।୨।


କୋପେ ରଥ ଭାଙ୍ଗି ଦେଲେ ତ ମାତ

ଘରର ଗୁମର    ଦାଣ୍ଡେ ପଡେ ତ

ଯାହା ଭାବୁଥିଲ ସତ

ସବୁ ହେଲା ବିପରୀତ

କାହା ପାଇଁ ମିଛ ପୁଣି ତୋହ ପାଇଁ ସତ ।୩।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract