STORYMIRROR

Prafulla Chandra Mishra

Abstract

3  

Prafulla Chandra Mishra

Abstract

ଆସ ଆସ ଭଗବାନ

ଆସ ଆସ ଭଗବାନ

1 min
143

        

ଆଜି ତ ତୃତୀୟ ଦିନ, 

       କରୋନା ଭୟରେ ଉଚ୍ଛନ୍ନ ହେଉଛି ମନ

ଏ କେଉଁ ଅଜଣା ମହାମାରୀ ପ୍ରଭୁ, 

                   ଜୀବନ କରେ ବିପନ୍ନ ।।


ବଜାର,ସହର, ଗାଁ,ଗଣ୍ଡା ଯେତେ  

                 ସବୁଆଡେ ନାକା ବନ୍ଦି

ନଚଳଇ ଗାଡି,ଘୋଡା ରାସ୍ତା ଘାଟ 

                   ସମସ୍ତ ଦେଇଛ ରୁନ୍ଧି

ସମୟତ ବଳବାନ, 

           ଅସମୟେ ଆସ ନୀଳାଚଳ ପତି, 

ଆସ ଆସ ଭଗବାନ  ।।


ତୁମଛଡା ଆଉ କେହି ନାହିଁ ପରା, 

                  ରଖିବାକୁ ଏହି ମହୀ

ତୁମ ସୃଷ୍ଟି ଏବେ କାଳରାହୁ ହାତେ, 

                  କାହାକୁ ରଖିବ ନାହିଁ

ତୁମେତ କଳା ବାମନ, 

             କାଳରାହୁ କବଳରୁ ରକ୍ଷା କର, 

କରେ ଏହି ନିବେଦନ ।।


ଏ ପବିତ୍ର ଭୂଇଁ ମୋ ଭାରତ ବର୍ଷ, 

                 ଜାହ୍ନବୀ ଯହିଁ ପ୍ରବାହେ

ଯେ ଜଳେ ଭୂତାଣୁ ମରଣ ଲଭଇ, 

                  କ୍ଷାତି ଲଭିଛି ବିଶ୍ଵରେ

ତୁଳସୀ ଦଳ ଭୂଷଣ, 

         ହେଉଥାଉ ପ୍ରଭୁ ସେ ତୁଳସୀ ଦଳେ, 

ନେଉ ଏ ଭୂତାଣୁ ପ୍ରାଣ ।।


ଆହେ ପ୍ରଭୁ ବିଶ୍ଵନାଥ ଶୂଳ ପାଣି, 

                   ଧୁର୍ଜଟି ପିନାକ ଧର

ମାଲୁର ଦଳ ପ୍ରୀୟ ବିରୂପାକ୍ଷ 

                  ଜୟ ଜୟ ଗଙ୍ଗାଧର

ପ୍ରଭୁ ପାର୍ବତୀ ରମଣ, 

          ସେହି ବିଲ୍ଵଦଳ କରୋନା ଭୂତାଣୁ, 

କରିଦଉ ହେ ନିଶ୍ଚିହ୍ନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract