Arjuni charan Behera

Inspirational Others

4  

Arjuni charan Behera

Inspirational Others

ଆସ ଆସ ଭାଇ ଆଚରିବା ଯୋଗ

ଆସ ଆସ ଭାଇ ଆଚରିବା ଯୋଗ

1 min
6



ଆସ ଆସ ଭାଇ ଆଚରିବା ଯୋଗ l

    ଶରୀର ସବଳ ନୀରୋଗ ରହିବ ll

ଆପାନ ବାୟୁକୁ ରୁନ୍ଧିବ ପ୍ରାଣରେ l

     ଧ୍ୟାନ ଲଗାଇବ ତ୍ରିକୂଟ ସନ୍ଧିରେ ll

ତ୍ରିକୂଟ ସନ୍ଧିରେ ବ୍ରହ୍ମ ଦରଶନ l

      ପରମ ଈଶ୍ଵର ପ୍ରଭୁ ଭଗବାନ ll

ବ୍ରହ୍ମ ଦରଶନେ ମନ ସ୍ଥିର ହୋଇ l

     ଶୋକ ଅବସାଦ ଯିବଟି ପଳାଇ ll

ସୁଷମ ସୁଖାଦ୍ୟ କରିବ ଆହାର l

    ଉତ୍ତେଜକ ଖାଦ୍ୟ ସଦା ପରିହାର ll

ଶରୀରର ଚର୍ଯ୍ୟା ଏହିପରି ହେବ l

    ବେମାରି ବଇଦ ଦୂରେ ରହିଥିବ ll

ଯୋଗ ପ୍ରାଣାୟମ ଆସନ ବ୍ୟାୟାମ l

  ଯୋଗଦିବସରେ ନିତ୍ୟ ଧ୍ୟେୟ ଆମ ll

ପାଚକ ରେଚକ ଲୋଡ଼ା ନପଡ଼ିବ l

      ବଇଦ ପାଖକୁ କାହିଁ ଦଉଡ଼ିବ ll

ଶରୀର ସୁସ୍ଥତା ନିରୋଗ ବିଧାନେ l

   ଯୋଗ ସୃଜିଥିଲେ ଆମ ୠଷିମାନେ ll

ଜାଣିଥିବ ଭାଇ ୠଷି ପତଞ୍ଜଳୀ l

   ତାହାଙ୍କ ପୟରେ ଶତ କୃତାଞ୍ଜଳୀ ll

ବିଶ୍ୱେ ଯୋଗ ଆଜି ସର୍ବତ୍ର ଚର୍ଚ୍ଚିତ l

    ଆମ୍ଭେ ଭାରତୀୟ ସଭିଏଁ ଗର୍ବିତ ll

ଯୋଗ କଥା ଆଉ ବେଶି କହୁନାହିଁ l

   ତୁମ୍ଭେ ସର୍ବେ ଜାଣିଅଛ ପରା ଭାଇ ll

ନମୋନମଃ ସର୍ବ ବେଦ ବେଦାଙ୍ଗଙ୍କୁ l

   ନମଃ ସଦାଶିବ ପରମ ଯୋଗୀଙ୍କୁ ll


Rate this content
Log in

Similar oriya poem from Inspirational