Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Antaryami Sahu

Inspirational

3  

Antaryami Sahu

Inspirational

ଆରେ ମୋର ଦୁଃଖି ସଙ୍ଖାଳି

ଆରେ ମୋର ଦୁଃଖି ସଙ୍ଖାଳି

1 min
156


ଆରେ ମୋର ଦୁଃଖି ସଙ୍ଖାଳି

ନଯାଗୋପ ଛାଡ଼ି ମଥୁରାପୁରି । ।

ଅନ୍ଧକାର ଘରେ ଆଲୋକ ତୁମୋର

ତୁହି ମୋର ସୁଖ ଶିରୀ

ତୋ ବିନା ଧନରେ ନବୁଝଇ ମନ

ଝୁରି ଝୁରି ଯିବି ମରି ଝୁରି ଝୁରି ଯିବି ମରି

ଆରେ ମୋର ଦୁଃଖି ସଙ୍ଖାଳି 

ନଯାଗୋପ ଛାଡ଼ି ମଥୁରାପୁରି । । ଠ।।

କାନ୍ଦେ ବୄନ୍ଦାବନ  ଝୁରଇ ଯମୁନା

    କାନ୍ଦଇ କଦମ୍ବ ବନ,

ତୋ ମୂରଲୀ ସ୍ୱନ ରେ ମନମୋହନ

ଶୁଣିବିନି କର୍ଣ୍ଣ ଡେରି ଶୁଣିବିନି କର୍ଣ୍ଣ ଡେରି

ଆରେ ମୋର ଦୁଃଖି ସଙ୍ଖାଳି

ନଯାଗୋପ ଛାଡି ମଥୁରାପୁରି । ।୧ ।।

ଦାମ _ସୁଦାମ ଯେ   ଗୋପ ବ୍ରଜବାଳୀ

    ଅଭିମାନି ରାଧାରାଣୀ ,

ସଭିଙ୍କ ବେଦନା ବୁଝତୁ ଧନରେ 

କାଇଁ କରୁ ଏତେ ସରି କାଇଁ କରୁ ଏତେ ସରି

ଆରେ ମୋର ଦୁଃଖି ସଙ୍ଖାଳି

ନଯାଗୋପ ଛାଡ଼ି ମଥୁରାପୁରି । ।୨।।

ଦୁଃଖି ଧନ ତୁମୋ   ନୟନର ମଣି

    ତୋଲାଗି ମୋର ଜୀବନ

ଭୁଲି ନ ଯିବୁତୁ ହତଭାଗିନିକୁ

ଚାହିଁଥିବି ପଥ ତୋରି ଚାହିଁଥିବି ପଥ ତୋରି

ଆରେ ମୋର ଦୁଃଖି ସଙ୍ଖାଳି

ନଯାଗୋପ ଛାଡ଼ି ମଥୁରାପୁରି । ।୩।।



Rate this content
Log in

Similar oriya poem from Inspirational