STORYMIRROR

Kalandi pal

Inspirational

3  

Kalandi pal

Inspirational

ଆରେ ମୋ କାଳିଆ ସୁନା

ଆରେ ମୋ କାଳିଆ ସୁନା

1 min
188


ନୀଳାଚଳେ ଉଡେ ପତିତପାବନ

      ଭକତେ ଦେଖିବା ମନା.

ନିତି ପୂଜା ପାଉ ରତ୍ନ ସିଂହାସନେ

      କିଳି ଚାରି ଦ୍ୱାର ସିନା.

ଆରେ ମୋର କାଳିଆ ସୁନା. l0l


ନିତି କାନ୍ତି ତୁମ ଯଥା ରୀତି ହୁଏ

     ସେଥିରେ ହୁଏନି ଉଣା.

ହେଲେ ତୋ ଭକତ ହୁଏ ଛଟପଟ

     ନ ସହି ପେଟ ଯାତନା.

ତୁମେ ପରମବ୍ରହ୍ମ ତୁମେ ସନାତନ

     ତୁମକୁ କିବା ଅଜଣା . l1l


ମାଆଙ୍କ ରାନ୍ଧଣା ଦିନେ ନ ଚାଖିଲେ

     ମନତ ଶାନ୍ତି ଲାଗେନା.

ହେଲେ ତୁମ ଭକ୍ତ ଦୁଆର କିଳିକି

     ରହୁଛି ସ୍ୱଜନ ବିନା.

କେମିତି ବସିଛ ଶାନ୍ତିରେ ଦେଉଳେ

     ନାହିଁକି ଟିକେ ଶୋଚନା . l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational