Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Inspirational

3  

SARATA KUMAR DAS

Inspirational

ଆର ଜନମକୁ ଗଛଟିଏ କରିଦେବ ପ୍ରଭୁ

ଆର ଜନମକୁ ଗଛଟିଏ କରିଦେବ ପ୍ରଭୁ

1 min
313



---------------------

ଅଳିଟିଏ ମୋର ରଖିବ ପ୍ରଭୁ ହେ

ମନସ୍କାମ ମୋର ପୂର୍ଣ୍ଣହେବ

ଆର ଜନମକୁ ଗଛଟିଏ ମୋତେ  

କରିଦେବ ପ୍ରଭୁ 

ଗଛଟିଏ ମୋତେ କରିଦେବ ,

ଫୁଲ ଫଳ ଦେଇ କରୁଥିବି ସେବା

ମୋ ପରି ଆଉ କିଏ ହେବ ପ୍ରଭୁ

ମୋ ପରି ଆଉ କିଏ ହେବ  ।।


ଡାଳରେ ମୋ ବସା ଝୁଲୁଥିବ ପ୍ରଭୁ

ଡାଳରେ ମୋ ବସା ଝୁଲୁଥିବ

ମଧୁର ସ୍ବର ରେ ପକ୍ଷୀଟିଏ ବସି

ଆନନ୍ଦରେ ଗୀତ ଗାଉଥିବ ପ୍ରଭୁ

ଆନନ୍ଦ ରେ ଗୀତ ଗାଉଥିବ ,

ମନ ମୋର ଖୁସି ହେଉଥିବ ।।


ମୋ ଶୀତଳ ଛାଇରେ ପଥଚାରୀଟିଏ 

ବସିଥିବ ପ୍ରଭୁ ପଥଚାରୀଟିଏ ବସିଥିବ

ମୁଣ୍ଡର ଝାଳକୁ ଯତନରେ ପୋଛି

ଥଣ୍ଡା ପବନଟି ଖାଉଥିବ ପ୍ରଭୁ

ଥଣ୍ଡା ପବନଟି ଖାଉଥିବ ,

ହୃଦୟ ମୋ ନାଚି ଉଠୁଥିବ ପ୍ରଭୁ

ହୃଦୟ ମୋ ନାଚି ଉଠୁଥିବ ।।


କେତେ ଦରବ ମୁଁ ଦେଉଥିବି ପ୍ରଭୁ

କେତେ ଦରବ ମୁଁ ଦେଉଥିବି

ଝୁଣା ,ଲାଖ, ମହୁ,ଅଠା, କାଠ ,ପତ୍ର 

 ପୁଣି ନାନା ଓଉଷଧ 

ନିତି ପ୍ରତି କେତେ ବାଣ୍ଟୁଥିବି ପ୍ରଭୁ 

ନିତି ପ୍ରତି କେତେ ବାଣ୍ଟୁଥିବି ,

ନାନା ଜାତି ଫୁଲେ ମହମହ ହୋଇ

ବାସୁଥିବି ।।


ଜୀବଜଗତର ବଂଚିବା ପାଇଁକି 

ଅମଳଜାନ ଭରିଦେଉଥିବି ପ୍ରଭୁ

ଅମଳଜାନ ମୁଁ ଭରି ଦେଉଥିବି  

ଅଙ୍ଗାରକାମଳ ବିଷର ପିଆଲା

ଭୂପୃଷ୍ଠରୁ ନିତି ନେଉଥିବି ପ୍ରଭୁ

ହସି ହସି ନିତି ନେଉଥିବି ।।


ରାସ୍ତା କଡେ ଛିଡା ହୋଇଥିବି ପ୍ରଭୁ

ରାସ୍ତା କଡେ ଛିଡା ହୋଇଥିବି

ଖରା ବରଷାକୁ ଖାତର ନଥିବ

ସବୁ ଦୁଃଖ ସହି ହସୁଥିବି ପ୍ରଭୁ

ସବୁ ଦୁଃଖ ସହି ହସୁଥିବି  

ମୁକତିର ପଥ ଦେଖାଇବି ।।


ଶାନ୍ତିର ବାରତା ଦେଉଥିବି ପ୍ରଭୁ

ଶାନ୍ତିର ବାରତା ଦେଉଥିବି 

ଏକତା ମନ୍ତର ଜପୁଥିବି

ସବୁଜ ସୁନ୍ଦର ଲାଗୁଥିବା ଧରା

କୋଟି ଜନ ମନ ମୋହୁଥିବି ପ୍ରଭୁ

କୋଟି ଜନ ମନ ମୋହୁଥିବି ।।

----------------



Rate this content
Log in

Similar oriya poem from Inspirational