STORYMIRROR

Amitav Sahu

Abstract

2  

Amitav Sahu

Abstract

ଆପଣାପର

ଆପଣାପର

1 min
349

ବିଶ୍ୱାସରେ ବିଷ ମିଶେ ଯେଉଁଦିନ

ସେଇ ଦିନ ହୋଇଯାଏ ପର

ଆପଣା ବୋଲି କ'ଣ କିଛି ଥାଏ

ବିଶ୍ୱାସରେ ବିଶ୍ୱାସ ମିଶିଲେ

ହୋଇଯାଏ ଆପଣା

ପର କହିଲେ କ'ଣ କି

ଯାହାକୁ ଆପଣା ବୋଲି କୁହ

ଆତ୍ମାର ରକ୍ତର ନିଜର

ସେଇମାନେ ହିଁ ପ୍ରକୃତରେ ପର

ପର, ବିଶ୍ୱାସ ଯେବେ

ରୁଦ୍ଧ ହୁଏ ସ୍ୱାଶର

ଯେବେ ଅମୃତରୁ

ଚେଇଁଉଠେ ଜ୍ଵାଳା ବିଷର

ସମ୍ପର୍କର ବାଡ଼ ଭାଙ୍ଗି

ପଶିଆସେ ଝଡ଼ ଛଳନାର

ପରକୁ ତ ଜାଣିହୁଏ ପର ବୋଲି

ହେଲେ ଆପଣାକୁ

ଚିହ୍ନି ଅଚିହ୍ନା ରୁହେ

ତଥାପି ତାକୁ କୁହାଯାଏ

ଆତ୍ମାର ରକ୍ତର ନିଜର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract