STORYMIRROR

Sukadev Mahanta

Inspirational

4  

Sukadev Mahanta

Inspirational

ଆନ୍ତର୍ଜାତୀୟ ସୂଚନା ଅଧିକାର ଦିବସ

ଆନ୍ତର୍ଜାତୀୟ ସୂଚନା ଅଧିକାର ଦିବସ

1 min
480

ଜୀବନ ମୋହର  ବଞ୍ଚିବା ଅଟଇ

   ଜନ୍ମଗତ ଅଧିକାର

ମାନବ ଜୀବନ   ନୁହେଁ ବାଲି ଘର

  ଭାଙ୍ଗିଯିବ ଏତେ ଶିଘ୍ର ||


ଗଢଇ ସର୍କାର   ହାତରେ ନିଜର

  ଭାଙ୍ଗିପାରେ ମୋ ଇଚ୍ଛାରେ

ଏ ସବୁ ମୋହର   ମୋର ଅଧିକାର

  ଏଇ ସବୁଜ ଗ୍ରହରେ||


ମୋର ସରକାର  କେମିତି ଶାସନ

   କରୁଛି ଜାଣିବି ମୁହିଁ

ମୋ ପୃଥିବୀବାସୀ  କି ସୁବିଧା ପାଏ

   ଜାଣିକି ରହିବି ମୁହିଁ||


ଜୀବନ ବଞ୍ଚାଇ  ବିଶ୍ୱାସ ଜନ୍ମାଇ

  ଆଶାର ସଞ୍ଚାର କରି

ବିଶ୍ୱରୁ ଦୁଃଖର   ମୂଳକୁ ଉପାଡି

   ଫିଙ୍ଗିବି ସିନ୍ଧୁ ସେପାରି||


ନିଜ ଅଧିକାର  ବଳରେ ମାଗ ହେ

  ଲୋଡା ଯେତେ ସବୁ ତଥ୍ୟ

ଦୟା ବଳେ ନୁହେଁ  ଅଧିକାର ବଳେ

   ଜାଣିକି ରୁହ ହେ ସତ୍ୟ||


ଆନ୍ତର୍ଜାତୀୟ  ତଥ୍ୟ ଅଧିକାର

  ଶୁଭ ଦିବସରେ ଆଜି

ଶପଥ ନେବା ହେ  ମାଗିକି ରହିବା

  ଲୋଡା ଯେତେ ତଥ୍ୟରାଜି||


ସତ୍ୟର ସନ୍ଧାନ   କରିବା ଆମେରେ

   ନିଜ ଅଧିକାର ବଳେ

ଜୀବନ ବଞ୍ଚାଇ   ବିଶ୍ୱାସ ଜନ୍ମାଇ

ନୂତନ ଆଶାର କୋଳେ||

 

ସକଳ ପ୍ରକାର  ସୂଚନା ପାଇବା

  ମୋ ମୌଳିକ ଅଧିକାର

କେହି ବି ଏଥିରୁ  ରୋକିପାରିବନି

  ସୂଚନା ଦେବ ସେ ମୋର ||


ସୂଚନା ନ ଦେବା   ଅଟେ ଅପରାଧ

  ଜାଣ ହେ ଭଉଣୀ ଭାଇ

ସୂଚନା ପାଇବା   ନିଜ ଅଧିକାର 

   ସାବ୍ୟସ୍ତ କର ହେ ଯାଇ||


    



Rate this content
Log in

Similar oriya poem from Inspirational