ଆନ୍ତରିକତା
ଆନ୍ତରିକତା
କ'ଣ..
ମୁଁ କହିବି,
ଭାବନା କହିବି,
କି
ସମ୍ଭାବନା କହିବି,
ନାଁ,
ଅନୁଭବ,ଅନୁଭୂତି,
ସେ ଅସମ୍ଭବ
ଖିଆଲି ପଣ ମୁଁ କହିବି,
କିଛି,
ଆମ ସମ୍ପର୍କ,ସମର୍ପଣ ଭାବ
ଅଙ୍ଗେନିଭା କଥା,
ଆତ୍ମ ଉପଲବ୍ଧି ମୁଁ କହିବି,
ମୋ ପାଖରେ ସେ କ୍ଷମତା ଯେ କାହିଁ,
ସେ ଅତୀବ ଅତ୍ମୀୟତାର ବ୍ୟାଖ୍ୟା ମୁଁ କରି ପାରିବି,
ମୁଁ କହିବି ତ,
ମୋ ମରମ କଥା ମୁଁ କହିବି,
ଆତ୍ମାରୁ ନିଃସୃତ, ଆତ୍ମ ବିଭୋରତା ପଣ,
ଆତ୍ମ ଉପଲବ୍ଧି,ଅସହାୟ ବୋଧ,
ଆନ୍ତରିକତା କଥା,
ଆତୁରେ ବିଭୋରେ
ଅତି ସନ୍ତର୍ପଣେ,
ନୀରବେ ମୌନେ
ଆଜି ମୁଁ..
ତୋ ଆଗେ,
କହିବି..!