Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ଆଣିଛି ନାଲିଆ ଚୁଡ଼ି

ଆଣିଛି ନାଲିଆ ଚୁଡ଼ି

1 min
359



କିଏ କେତେ କଥା ମନାସନ୍ତି ମାଆ

    ଚରଣେ ତୋହର ଆସି

ପୂର୍ଣ୍ଣ କରୁ ମାନସ୍କାମ ହସି ହସି

    ଶାଳୁଅ ବଣରେ ବସି

ମାଆ ଲୋ ନାଲିଆ ଦରବେ ରସି ।


ଆସିଛି ମୁଁ ଧାଇଁ କେତେ ଦୂରୁ ମାୟୀ

    ଆଣିଛି ନାଲିଆ ଚୁଡ଼ି

ନାଲି ମନ୍ଦାରକୁ ନାଲିଆ ସିନ୍ଦୁର

    ତା ସଙ୍ଗେ ନାଲିଆ ଶାଢ଼ୀ

ଝୁଣା ଧୂପ ସାଥେ ଆଗୁରୁ ଚନ୍ଦନ

    ନେବୁ ମାଆ ହୋଇ ଖୁସି ।


କୁମ୍ଭାର ପେଡିରୁ ମାଟି ଘୋଡା ଆଣି

    ରଖିଛି ତୋହର ପାଶେ

କଂସାରିଠୁ ଘଣ୍ଟ ଆଣିଛି ତୋ ପାଇଁ

    ନେବୁ ମା ମନ ହରଷେ

ମନ ଜାଣୁଥିବୁ ଫଳ ଦେଉଥିବୁ

    ବିଶ୍ୱାସେ ତୁହି ବିଶ୍ୱାସୀ ।


Rate this content
Log in