Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ଆନନ୍ଦ

ଆନନ୍ଦ

1 min
114


ମାନବ ସ୍ୱରୂପ

ଆନନ୍ଦ ପ୍ରାପ୍ତି

ପରମାନନ୍ଦଙ୍କ ସନ୍ତାନ


ହଳଦୀଆ ରଙ୍ଗ

ଆଣେ ଆନନ୍ଦ

କୁଷ୍ଣାଣ୍ଡାଙ୍କ ଏ ପୂଜା ଦିନ...


ଆସ୍ତେ ଆସ୍ତେ ଧରା

ଆନନ୍ଦରେ ଭରା

ନବ ରାତ୍ରେ ଚାଲେ ବିଧାନ


ନବ ରାତ୍ରର

ଚତୁର୍ଥ ଦିନରେ

କୁଷ୍ଣାଣ୍ଡାଙ୍କ ପୂଜା ନିଦାନ...


ଆନନ୍ଦ ସୁଖ

ବାଣ୍ଟି ଦେବେ ସିଏ

ସମସ୍ତେ ଜାଗ ହେ ବହନ


ଆଶୀର୍ବାଦ ଦେବେ

ମାତା କୁଷ୍ମାଣ୍ଡା

ବଦଳିବ ଆମ ଚଳନ....


ଆସ ଜନନୀ

ଆନନ୍ଦ ରୂପିଣୀ

ଆନନ୍ଦ ପ୍ରସାରି ତୋ ମନ


ଆନନ୍ଦ ଦେ ବରଷି

ମା କୁଷ୍ମାଣ୍ଡା

ସଂସାରେ ଘୁଞ୍ଚୁ ଏ ଦୁର୍ଦ୍ଦିନ..


ଦିଗନ୍ତ ନୀଳିମା

ତୋର ମହିମା

ଭକତ କରିବେ ତ ଗାନ


ସୂର୍ଯ୍ୟ ଚନ୍ଦ୍ର ତାରା

ଜ୍ୟୋତି ପ୍ରକାଶେ

ଇଏ ତ ତୋହରି ଦାନ...


ଜଳ ଅନଳ ପବନ

ତୋ ଶକ୍ତି

ଏ ସବୁରି ଜୀବନ ଧନ


ତରୁ ଲତା ଫଳ

ଶୋଭା ବିକାଶ

ପୃଥିବୀ ତ କିଣଇ ମନ


ତୁହି ସମସ୍ତଙ୍କର

ମମତାମୟୀ

ସାଧୁର ଅନ୍ତର ସାଧନ


ଦ୍ୱାରେ ଦ୍ୱାରେ ଆଜି

ତୁ ପୂଜା ପାଉ

ଆନନ୍ଦେ ହରୁ ଦୁଃଖୀର ମନ..


ଦିବସ ଯାମିନୀ

ତୋ ଝଲକ

ଆନନ୍ଦ କରୁ ତୁ ପ୍ରଦାନ


ଜୟ ଅମ୍ବାଳିକା 

ମାଆ ପାର୍ବତୀ

ଦୁଃଖ ଆଜ କର ନାଶନ



Rate this content
Log in

Similar oriya poem from Inspirational