Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

ମାୟାବିନୀ

ମାୟାବିନୀ

1 min
384



ମାୟାବିନୀ ବୋଲି କାହାକୁ କହନ୍ତି

କହିକି ପାରିବ କହ ?

ନିସ୍ତାର ମିଳିବ କିପରି ତାହାଠୁ

ଏ ଉତ୍ତର ଏବେ ଦିଅ ।୧।

ମାୟାବିନୀ ବୋଲି ବୋଲନ୍ତି ଯାହାକୁ

ବିସ୍ତାରଇ ନିଜ ମାୟା ।

ମାୟାରେ ମୋହିତ କରଇ ସଭିଙ୍କି

ଦେଖାଇ ନିଜର କାୟା ।୨।

ମାୟାବିନୀ ମାୟା ଅଟଇ ଏପରି

ଭଗବାନଙ୍କୁ ଭୁଲାଏ ।

ମନ ଯେବେ ରହେ ମାୟାବିନୀ ପାଶେ

ସହଜେ ଆୟତ୍ତ ନୋହେ ।୩।

ନେତ୍ର କଟାକ୍ଷରେ ହାବ ଭାବ ତଥା

ନିଜ ରୂପ ଲାବଣ୍ୟରେ ।

ବଶୀଭୂତ କରି ମାୟାବିିନୀ ନିଶ୍ଚେ

ମାରଇ ମୃତ୍ଯୁରୂପରେ ।୪।

ମାୟାଜାଲେ ତାର ପଡିଗଲେ ଥରେ

ହଜିଯାଏ ବୁଦ୍ଧିଜ୍ଞାନ ।

ବର୍ତ୍ତିବ ତାଠାରୁ କିପରି କହୁଛି

ଜଗାଅ ବିବେକ ଜ୍ଞାନ ।୫।

ବିବେକ ଜ୍ଞାନକୁ ଜାଗ୍ରତ କରିଲେ

ମାୟାବିନୀକୁ ଚିହ୍ନିବ ।

ତିହ୍ନିଲେ ତାହାକୁ ସେହି ମାୟାବିନୀ

ତୁମ ପାଶୁ ଦୂର ହେବ ।୬।

ପୁରୁଷ ଅଟଇ ଜ୍ଞାନର ସ୍ୱରୂପ

ଭକତି ଅଟଇ ନାରୀ ।

ମାୟାବିନୀଠାରୁ ହଟିବ କହ ସେ

ପୁରୁଷଟି କେଉଁପରି ? ୭।

ପରମ ବୈରାଗୀ ହୋଇଲେ ପୁରୁଷ

ମାୟାବିନୀଠୁ ଦୂରରେ ।

ରହିବ, କେବଳ ଭକତି ବଳରେ

ମାତ୍ର ଅତି ସହଜରେ ।୮।

ମାୟାପାଶୁ ଦୂରେ ରହଇ ଭକତ

ନାହିଁ ଏଥିରେ ସନ୍ଦେହ ।

ପରମାର୍ଥୀ ନୋହି ମାୟାବିନୀ ସଙ୍ଗ

ଜୀବନ ନାଶେ ନିଶ୍ଚୟ ।୯।



Rate this content
Log in

Similar oriya poem from Inspirational