STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

ଆଙ୍କିଛି ତୋ ଚିତ୍ର

ଆଙ୍କିଛି ତୋ ଚିତ୍ର

1 min
205


ଚାରୁ ଚନ୍ଦ୍ରାନନା ଚମ୍ପକ ବରନା

ଚମକି ଚାହିଁଲା ସେ ନୀଳ ନୟନା

   କରିଲା ମଗନ   ହୃଦୟ ବିଦୀର୍ଣ୍ଣ

   ମାରି ଫୁଲଶର କଲା ଆନମନା,

“ତାର ସଜଫୁଲ ନୀଳ ବେଣୀ”

   ହୃଦୟ ପଟଳ କୋମଳ ତନ୍ତ୍ରୀକୁ

   ଦେଉଅଛି ଅବା ହାଣି, ସଜନୀ।


କୁଞ୍ଚିତ ଲହରୀ ମାଳା ଘନକଳା

ନିନ୍ଦଇ ସୁନୀଳ ନୀଳ ମେଘମାଳା

   ଛବିଳ କୁନ୍ତଳ   ଝଳେ ଛଳଛଳ

   ପାହାଡି ଝରଣା ସମ ରେ ଛଇଳା,

“ଚାରୁ ଚିତ୍ରିତ ଏଣୀ ନୟନୀ”

   ମନ ଗହନର ପ୍ରେମ ବୀଣା ତାରେ

   ତୋଳେ ପ୍ରଣୟ ରାଗିଣୀ, ସଜନୀ ।


ଡାଳିମ୍ବ ବିଜ ଦଶନା ବରାନନା 

ଜବା ଅଧର ତା ଚିବୁକ ଅଇନା

    କରଇ ବାଉଳା  ତା ପ୍ରେମ ଉଛୁଳା

    ପ୍ରେମ ମନ୍ଦାକିନୀ ରେ ବର ବରନା,

“ତୋର ନୀଳ ଆଖି ତରଙ୍ଗିଣୀ”

   ହୃଦୟ ପଟଳ କାଗଜେ ତୋ ଚିତ୍ର

   ହୋଇ ଯାଉଅଛି ଟାଣି,, ସଜନୀ ।


ସିଂହ କଟୀ ଠାଣି ରେ ଗଜ ଗମନୀ

ଭୁରୁ ଇନ୍ଦ୍ରଧନୁ ଦେଇଛି କେ ଟାଣି

       ସୁସଞ୍ଚ କଳିକା  ସପନ ନାଇକା

   ପିତୁଳା ଗଢିଲା ନେଇକେ ଲବଣୀ,

“କୋମଳାଙ୍ଗୀ ବାଳା ସୁହାସିନୀ”

ହୃଦୟେ ଖୋଦିତ (ସେ) ପ୍ରେମୟୀ ରୂପ 

ଅଭୁଲା ଛବିର କାହାଣୀ,, ସଜନୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance