Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ଆନ୍ଦୋଳନ

ଆନ୍ଦୋଳନ

1 min
280


କଲେ ଆନ୍ଦୋଳନ ଗାନ୍ଧି ଗୋପବନ୍ଧୁ

ଶତ୍ରୁ ପଳାଇଲେ ଡେଇଁ ସପ୍ତ ସିନ୍ଧୁ ।


ନିସ୍ଵାର୍ଥ ପରତା ଥିଲା ଆନ୍ଦୋଳନେ

ଅହିଂସାର ବାର୍ତ୍ତା ଦେଲେ କାନେ କାନେ ।


ରାଜଧାନୀ ଆଜି କମ୍ପେ ଆନ୍ଦୋଳନେ

ନିଜ ସ୍ୱାର୍ଥ ପାଇଁ ଅସନ୍ତୋଷ ଜନେ ।


ଦୋକାନ ବଜାର ରାସ୍ତା ଘାଟ ବନ୍ଦ

ନିଆଁ ଜାଳି ରାସ୍ତା କରେ ଅବରୋଧ ।


ଭଙ୍ଗାରୁଜା ହୁଏ ସେହିଠାରେ କେତେ

ନିଜ ଧନ ନଷ୍ଟ କର ନିଜ ହାତେ ।


ଦୂର ଦୁରାନ୍ତର ଵେଦେଶୀ ପଥିକ

ବୃଦ୍ଧ ପରୀକ୍ଷାର୍ଥୀ ରୋଗୀ ଯେ ଅନେକ ।


ଭୋଗି ହନ୍ତସନ୍ତ ଲଭନ୍ତି କଷଣ

ହୋଇଥାନ୍ତେ ଯଦି ତୁମ ପରିଜନ ।


କେତେ ବାଧୁଥାନ୍ତା ହେ ବିଦୂଷ ଜନ

ନିଜ ଆତ୍ମା ସମ ଜଗତେ ଜୀବନ ।


ଦେଶ ଅର୍ଥନୀତି ଲଭେ ପ୍ରତିଘାତ

ବାହାଦୁରି ମାର ନିଶେ ମାରି ହାତ ।


ପ୍ରତିବାଦ ପାଇଁ ନାହିଁ କାରେ ମନା

ଅଧିକାର ଆମ ଗଣତନ୍ତ୍ରେ ସିନା ।


ତରିକାଟା ସିନା ଅଟେ ଭିନ୍ନ ସୂତ୍ରେ

ଆଇନ ସମ୍ମାନ ଗଣତନ୍ତ୍ର କ୍ଷେତ୍ରେ ।


ହିଂସା ରକ୍ତପାତେ ନୁହେଁ ଦେଶ ଜୟ

ଜୟ ବଳିପଡ଼େ ପାଶେ ପରାଜୟ ।


Rate this content
Log in

Similar oriya poem from Inspirational