ଆନ୍ଦୋଳିତ ଜଳ
ଆନ୍ଦୋଳିତ ଜଳ
ଏଠି ମେଘମୁକ୍ତ ଆକାଶ
ସମ୍ପୁର୍ଣ୍ଣ ସୁସ୍ଥ
ତଥାପି ମନ କାହିଁ ଆନ୍ଦୋଳିତ
କରେ ମୁଁ ନିଜକୁ ପ୍ରଶ୍ନ
ସ୍ଥିରତାରେ ଚବକାଏ
ଆନ୍ଦୋଳିତ ମନର ଏ ଜଳ
କେଉଁ ଏକ ଭାବନାର ନିକ୍ଷେପ
ସମ୍ଭାବ୍ୟ ଅମ୍ଫନର ଭୟ
ଅବା ଅଚିହ୍ନା ରୋଗର ଚିହ୍ନ
ପୁର୍ନବାର ଭାବନାରେ ସ୍ଥିରତା ଆଣେ
ଆକାଶର ସ୍ୱଚ୍ଛତାକୁ ପରଖେ
ନିର୍ମଳ ମେଘ ମୁକ୍ତ ଆକାଶ
ସମ୍ପୂର୍ଣ୍ଣ ସ୍ୱଚ୍ଛ l
