ଆମରି କରମା ପୂଜା
ଆମରି କରମା ପୂଜା
ତିନୋଟି ବାଉଁଶ ଯୋଡ଼ିଦେ ସଜନୀ
ମଝିରେ କରମା ଡାଳ,
ନିଷ୍ଠା ଭକତିରେ ପୂଜିବା ମାତାକୁ
ସେ ଯେ ଗ୍ରାମଦେବୀ ଶାଳ ।
ରୋଗ ଶୋକ ସବୁ ହୁଏ ଦୂରୀଭୂତ
ମାଆର କରୁଣା ହେଲେ,
ଫସଲରେ ଜମା ଲାଗେନାହିଁ କୀଟ
ଜନନୀ ଆଶିଷ ଥିଲେ ।
ହାତ ହାତ ଛନ୍ଦି ନାଚିବା ସଭିଏଁ
ବାଜିଲା ମାଦଳ ବାଜା,
ବରଷକେ ଥରେ ଆସିଛି ପରବ
ଆମରି କରମା ପୂଜା ।
ମନାସି ରଖିଛି କଳାବୋଦା ଟିଏ
ମାଆକୁ ଯାଚିବି ବୋଲି,
ଅରୁଆ ଚାଉଳ ଖଣ୍ଡ ହଳଦୀ କୁ
ସିନ୍ଦୁର ମନ୍ଦାର ନାଲି ।
ଗଛରେ ରହିଛି ଉଭା ବନଦେବୀ
ତା ପାଦେ ମୋହର ଭକ୍ତି,
ତହିଁରୁ ଜନ୍ମିଛି ହିନ୍ଦୁ ପରମ୍ପରା
ଉପାସନା ଆଦିଶକ୍ତି ।
