ଆମରି ବୋଉ
ଆମରି ବୋଉ
ଦୁନିଆରେ ମୋର ଧନ କି ଜନ
ଲୋଡ଼ା ନାହିଁ କିଛି ଆଉ
ମାଗୁଛି ଏତିକି ହେ କରୁଣା ସାଗର
"ପାଖେ ଥାଉ ଆମରି ବୋଉ"
କେତେ ଦୁଃଖ ସହି ଦେଇଛି ଜନମ
ଆମ ପାଇଁ ସେ ତ କରେ କରମ
ତା ସମାନ ହେବ କିଏ ବା ଆଉ
"ହେ କରୁଣା ସାଗର ପାଖେ ଥାଉ
ଆମରି ବୋଉ"
ବାତ୍ସଲ୍ୟ ମମତାରେ ଭରିଛି ହୃଦୟକୁ ସିଏ
ସ୍ନେହ ମମତାର ପଣତେ ଘୋଡାଇ
ତା ଆଶିଷ ଢାଳି ଦିଏ
ଚାଲି ଯାଏ ସବୁ ଦୁଃଖ ସାଥେ କଷଣ
ତା ପାଖକୁ ଯାଉ ଯାଉ
"ହେ କରୁଣା ସାଗର ପାଖେ ଥାଉ
ଆମରି ବୋଉ"
ଆମ ମନ ଜାଣି ମନ ର କଥାକୁ କହି ଦିଏ
ଆମ ପାଇଁ ଶ
ୁଭ ମନାସଇ ସକାଳ ଠୁ ସଞ୍ଜ ଯାଏଁ
ସବୁ ଥାଇ ଭଲ ନ ଲାଗେ ତା ବିନା
କିଛି ଆଉ
"ହେ କରୁଣା ସାଗର. ପାଖେ ଥାଉ
ଆମରି ବୋଉ"
ମା ବିନା ସାହା କେହି ନାହିଁ
ଯିଏ ଆପଣାର କରିବ
ସୃଷ୍ଟିରେ ମା ର ସ୍ଥାନ ପୁଣି କିଏ ସେ ନେବ
ତା ପାଇଁ ମନ ଝୁରୁ ଥାଉ
ଆଖି ଆଗରେ ସଦାସେ ରହି ଥାଉ
"ହେ କରୁଣା ସାଗର ପାଖେ ଥାଉ
ଆମରି ବୋଉ"
ତା ବିନା ଲାଗଇ ଜୀବନ ଅନ୍ଧାର
ଆମ ଦୁଃଖ ଦେଖି କାନ୍ଦଇ
ତା ଅନ୍ତର
ଜନ୍ମ ଦାତ୍ରି ଠୁ କେବେ ହେବୁନି
ଦୂର ଏତିକି କରୁଣା ହେଉ
"ହେ କରୁଣା ସାଗର ପାଖେ
ଥାଉ ଆମରି ବୋଉ"