ଆମର ରାଜ୍ୟ ଓ ରାଜଧାନୀ ଗୀତ
ଆମର ରାଜ୍ୟ ଓ ରାଜଧାନୀ ଗୀତ
ଏକ - ଜାମ୍ମୁ ଓ କାଶ୍ମୀର - ଶ୍ରୀ ନଗର,
କଛା ଝିକାଡେ ମୋ ଅଜାଙ୍କର l
ଦୁଇ - ପଞ୍ଜାବ ଚଣ୍ଡିଗଡ଼,
କହୁଛି ପରା ତୋତେ ଶୀଘ୍ର ଝିକାଡ l
ତିନି - ହରିଆନା - ଚଣ୍ଡିଗଡ଼,
ଛାତି ହେଉଛି କି ଧଡ଼ପଡ଼ l
ଚାରି- ରାଜସ୍ଥାନ - ଜୟପୁର,
ଝିକିବାକୁ ଲାଗୁଛି ଏତେ ଡର l
ପାଞ୍ଚ - ହିମାଞ୍ଚଳ ପ୍ରଦେଶ - ସିମଳା,
ଧୀରେ ଧୀରେ ତାଙ୍କ ପଛେ ପଳା l
ଛଅ - ଉତ୍ତର ପ୍ରଦେଶ - ଲଖ ନଉ,
ଜାଣିଲେ ବାଡେ଼ଇବ ମୋ ବୋଉ l
ସାତ - ମଧ୍ୟ ପ୍ରଦେଶ - ଭୋପାଳ,
ତୋ ପାଖରେ ନାହିଁ ଟିକେ ଅକଲ l
ଆଠ - ଆନ୍ଧ୍ର ପ୍ରଦେଶ - ହାଇଦ୍ରାବାଦ,
ପ୍ରତି କଥାରେ କରୁଛୁ ପ୍ରତିବାଦ l
ନଅ- ଅରୁଣାଚଳ ପ୍ରଦେଶ- ଇଟା ନଗର
ମୋ ପାଖରେ ଥିବୁ ନା' ସାଗର l
ଦଶ - ତାମିଲନାଡୁ - ଚେନାଇ,
ମୋତେ ଦବୁ ନା' ସବୁ ବତେଇ l
ଏଗାର - ବିହାର - ପାଟଣା,
ହେବୁନି ଜମା ତୁ ବୁଦ୍ଧି ବଣା l
ବାର - ଓଡିଶା - ଭୁବନେଶ୍ୱର,
ଧାଇଁ ଯାଇ ତୁ କଛାକୁ ଧର l
ତେର- କର୍ଣ୍ଣାଟକ - ବାଙ୍ଗାଲୁରୁ
ଝିକିବୁ କଛାକୁ ଧରୁ ଧରୁ l
ଚଉଦ - ପଶ୍ଚିମ ବଙ୍ଗ - କଲିକତା,
ପଚାରିଲେ କହିବୁନି ତୋର ପତା l
ପନ୍ଦର- କେରଳ- ଥିରୁଅନନ୍ତପୁରମ,
କହିବୁ ଅଜା ନମସ୍କାରମ l
ଷୋହଳ - ଆସାମ - ଦିଶପୁର,
କିଏ ଝିକିଲା କଛାକୁ ମୋର l
ସତର - ମଣିପୁର - ଇମ୍ଫାଲ,
କରିଦେଲୁ ମୋତେ ତୁ ବେହାଲ l
ଅଠର - ମେଘାଳୟ- ସିଲଙ୍ଗ,
କେଡେ ସାହାସ ତୋର ଗୌରାଙ୍ଗ l
ଉଣେଇଶୀ - ସିକିମ-ଗାଙ୍ଗଟକ,
ଗୋଡ଼ାଇଲେ ପଛରେ ଅନେକ l
କୋଡିଏ -ଗୋଆ -ପାଣାଜି,
ଧରିଲେ ଶେଷରେ ମୋତେ ଅଜାଜୀ l
ଏକୋଇଶୀ - ତ୍ରିପୁରା -ଏଗାରତାଲା,
ସାଗର ତୁମର ନାତିଆ ପିଲା l
ବାଇଶି- ଗୁଜୁରାଟ- ଗାନ୍ଧୀ ନଗର,
ଚିହ୍ନି ପାରୁନ ନାତିକୁ ତୁମର l
ତେଇଶି- ମହାରାଷ୍ଟ୍ର - ମୁମ୍ବାଇ,
ଦେଖ, ଚାହୁଁଛି କଣେଇ କଣେଇ l
ଚବିଶି -ମିଜୋରାମ -ଆଇଜଲ
ହଁ, ମୋର ନାତି 'ତ' ଭାରି ଭଲ l
ପଚିଶୀ - ନାଗାଲାଣ୍ଡ - କୋହିମା,
ତୋ' ବିନା ଭଲ ଲାଗେନି ଜମା l
ଛବିଶି - ଛତିଶଗଡ଼ - ରାୟପୁର,
ଆଈ ଠାରୁ ପାଏ ସେନେହ ଆଦର l
ସତେଇଶୀ - ଝାଡ଼ ଖଣ୍ଡ -ରାଞ୍ଚି,
ତାକୁ ମିଳିଛି ଘରର କଞ୍ଚି l
ଅଠେଇଶୀ- ଉତ୍ତରାଞ୍ଚଳ - ଡେରାଡୁନ,
ନାତିଆ ମୋର ନମ୍ବର ୱାନ l
ଅଣତିରଶି - ତେଲେଙ୍ଗାନା- ହାଇଦ୍ରାବାଦ,
ଦିଅ ମୋତେ ଅଜା ଆଶୀର୍ବାଦ l
