STORYMIRROR

Hemanta Kumar Dash

Comedy

4  

Hemanta Kumar Dash

Comedy

ମୁଁ ସିଆଣିଆଁ ନେତା

ମୁଁ ସିଆଣିଆଁ ନେତା

1 min
357

  


ଅମୁକ ଦେବି ଢିମୁକ ଦେବି,

ମାଈଛେଳିକୁ ଖାସି କରିବି,

ମୁଁ ସିଆଣିଆଁ ନେତା...

ଜିତେଇ ଦିଅ ଦେବି ତୁମକୁ

ପାଦକୁ ହଳେ ଜୋତା...


ଜିତିଗଲା ପରେ କିଏ ପଚାରେ,

ଭୋଟର ଶୋଇଛି ଗାଁ ଦାଣ୍ଡରେ,

ମୁଣ୍ଡିଆ ମାରିକି ଚନ୍ଦା...

ନୋଟ୍ ନେଇକିନା ଭୋଟ୍ ତ ଦେଇଛ

ନଗେଇଛ ପୁଣି ଧନ୍ଦା..?


ମଦ ମାଉଁସ କେତେ ଖାଇଛ,

ସବୁ ଦଳରୁ ମାଲ୍ ନେଇଛ,

ଗାନ୍ଧୀବୁଢା ଅଛି ସାକ୍ଷୀ...

ଅନ୍ଧାରି ବିଜେ କରିଥିଲୁ ପା'

ପାଓ୍ବାର କଟ୍ ଦେଖି...


ଏଇନେ କହୁଛ ମାଗଣା କର,

ଖରଚ କରିଛି ଆଣୁଛି ଜର,

କେମିତି କରିବି ଭରଣା...

ଯେତିକି ଦେଇଛି ଚାରିଗୁଣା ନେବି

ନାହିଁ କିରେ ତୋତେ ଜଣା..?


ନେତା ଚାଲାକ ଭୋଟର ବୋକା,

ଏଇନେ କହୁଛୁ ଖାଇଛି ଧୋକା,

ମାନିଲା ଏବେ ମନ...

ବେଳ ଥାଉଁ ଥାଉଁ ସୁଧୁରି ଯା'

ଆରେ ମୋ ଜୀବରଧନ...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy