STORYMIRROR

Hemanta Kumar Dash

Others

4  

Hemanta Kumar Dash

Others

ଚାଷକାମ ଯାହାର

ଚାଷକାମ ଯାହାର

1 min
26.3K


ଚାଷକାମ ଯାହାର କେଡେଦୁଃଖ ତାହାର, ଚଷାଭାଇ ମରୁଅଛି ପାଉନାହିଁ ଆହାର।।

ଜୀବନଟି ତାହାର ଦୁଃଖଭରା ସାଗର, ମହାଜନ ପିଟୁଅଛି ପିଠିରେ ତା' ପାହାର।।

ଗାଆଁ ଠାରୁ ସହର ଶୁଭୁଅଛି ଚିତ୍କାର, ଚାଷୀଦୁଃଖ ଅସମ୍ଭାଳ କରଆଗେ ବିଚାର!!

ଶୁଣ ଆହେ' ସର୍କାର ହେଲ କିହେ' ବଧିର, ଚେଇଁ ଶୋଇଅଛ ପୁଣି ତୁମକୁଯେ ଧିକ୍କାର।।

କୂପ ଖୋଳ ଗଭିର ଜଳ ମିଳୁ ପ୍ରଚୁର, ଚାଷକରି ଚଷାଭାଇ ଫଳଖାଉ ମଧୁର।।

କୃପାକର ଈଶ୍ବର ସୁଖହେଉ ସଂସାର, ଆଶାର ବିହନ ଟିକ ହୃଦେ ହେଉ ଅଙ୍କୁର।।

- ଶୀ ହେମନ୍ତ କୁମାର ଦାଶ, ତୁଷୁରା, ବଲାଙ୍ଗୀର। ମୋ: ୯୯୩୭୬୮୮୫୫୧


Rate this content
Log in