STORYMIRROR

Hemanta Kumar Dash

Others

3  

Hemanta Kumar Dash

Others

ବିଦେଶୀ ପ୍ରେମକୁ ଛାଡ

ବିଦେଶୀ ପ୍ରେମକୁ ଛାଡ

1 min
13.4K


ଦୂର ପରବତ ସୁନ୍ଦର ଦିଶେଲୋ ପରସ୍ତିରୀ ଅପସରୀ, କସ୍ତୁରୀ ମିରିଗ ପରାଏ ଖୋଜୁଛ ଥାଇବି ରାଜକୁମାରୀ।

ପର ସଂସ୍କୃତିକୁ ଆପଣା କରୁଛ ଆପଣାକୁ କର ପର, ମାଗିଲା ତିଅଣ ଦୁଇ ଢୋକା ବୋଲି ଜଣାନାହିଁ କିରେ ତୋର?

ଫେବୃଆରୀ ମାସ ସାତ ତାରିଖରୁ ଚଉଦ ତାରିଖ ଯାଏଁ, ଅମୂକ ଢିମୂକ ଦିବସ ପାଳୁଛ କହୁଅଛ ଭଲପାଏଁ।

ସାତଦିନ ପରେ ଭଲ ପାଇବନି ପ୍ରେମ ଯିବକିରେ ସରି? ଦୁଷୁନ୍ତ ଶକୁନ୍ତଳା ପ୍ରେମ କଥାକୁ ଦେଲୁକିରେ ତୁ ପାସୋରି।

ବିଦେଶୀ ମାଲ୍ କୁ ବିକିବାର ଚାଲ୍ ପ୍ରେମ ଫ୍ରେମ କିଛିନାହିଁ, ମରିଚିକା ପଛେ ଧାଉଁଅଛ କିଆଁ ଅପଦସ୍ତ ହେବାପାଇଁ।

ପ୍ରେମ ଦିବସକୁ କର ପ୍ରତ୍ୟାଖାନ ସଂସ୍କୃତିର ଅପମାନ, ପିତୃମାତୃ ଆମ ଦେବତା ସମାନ ତାଙ୍କରି କର ପୂଜନ।

ପାର୍କ ସିନେମାହଲ ଷ୍ଟାର ହୋଟେଲ ବସଷ୍ଟପ୍ ଆଉ ରେଳ, ଟୋକାଟୋକିଙ୍କର ପ୍ରେମଯେ ପ୍ରବଳ ପରିସ୍ଥିତି ଅସମ୍ଭାଳ।

ଏମିତିକା ପ୍ରେମ କୁକୁର କରନ୍ତି ଲୋକଦେଖାଣିଆ ସ୍ଥାନେ, ତାଙ୍କପରି ତୁମେ ହେବାକୁ ଚାହଁକି? ଭାବିନିଅ ଥରେ ମନେ।

ପ୍ରେମ ଚିରନ୍ତନ ପ୍ରେମଯେ ଶାଶ୍ବତ ପ୍ରେମ ଈଶ୍ବରୀୟ ପୁଣି, ପ୍ରେମକୁ କରନି ବ୍ୟବସାୟ ଭଳି ବିଦେଶୀଙ୍କ କଥା ଶୁଣି।

ଯୁବକ ଯୁବତୀ ସଚେତନ ହୁଅ ବିଦେଶୀ ପ୍ରେମକୁ ଛାଡ, ମାନ ମହତଟି ଚାଲିଯିବ ଆମ ବେଗେବେଗେ ତାକୁ ତଡ।।

-ଶ୍ରୀ ହେମନ୍ତ କୁମାର ଦାଶ, ତୁଷୁରା, ବଲାଙ୍ଗୀର। ମୋ:୯୯୩୭୬୮୮୫୫୧


Rate this content
Log in