Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kunja Bihari Dalai

Comedy

4  

Kunja Bihari Dalai

Comedy

ଯେସାକୁ ତେସା

ଯେସାକୁ ତେସା

1 min
320



ବିଜୁଳି ବିଭାଗ ବଡ଼ ଅଫିସର

    ପଚାରେ କଦଳୀ ମୂଲ,

କଦଳୀ ବିକ୍ରେତା ସମ୍ଭ୍ରମରେ କହେ

    କିପାଇଁ ନେବ କହିଲ ?

ଏମିତି କାହିଁକି ପଚାରୁଛ ବୋଲି

    ଅଫିସରଙ୍କର ପ୍ରଶ୍ନ ,

କହେ ସେ ବେପାରୀ କିଆଁ ପଚାରିଲି

    ବୁଝାଇ କହୁଛି ଶୁଣ ।

ମନ୍ଦିରକୁ ଦଶ ବୃଦ୍ଧାଶ୍ରମେ ବା'ର

    ଘରକୁ ନେଲେ ପନ୍ଦର,

କହେ ସେ ଗ୍ରାହକ ଭିନ୍ନ ଦାମ କିଆଁ

    କଦଳୀ ଏକ ପ୍ରକାର ?

ଉତ୍ତରରେ କହେ ଦୋକାନୀ ଜଣକ

    ଏକ ଖୁଣ୍ଟୁ ଯୋଡ଼ି ତାର,

ବିଜୁଳି ଦେଉଛ, ଭିନ୍ନ ଭିନ୍ନ ମୂଲ୍ୟ

    ଆସୁଛି କିମ୍ପା ବିଲର ?

ପଚାଶ ରିଡିଂରେ ଏକ ଦାମ ଲେଖ

    ଶହେରେ ଅଲଗା ଦାମ,

ସେହି ରିଡିଂ ପୁଣି ଦୁଇଶ ଟପିଲେ

    ଭିନ୍ନ ମୂଲ୍ୟ ହୁଏ ତୁମ ।

ଗ୍ରାହକ ମିଟର କିଣି ଲଗାଇଲେ

    ପଡୁଛି ଏକ ହଜାର,

ତୁମେ ଯେତେବେଳେ ମିଟର ଦେଉଛ

    କହୁନାହଁ ମୂଲ୍ୟ ତା'ର ?

ଜୀବନଟା ଯାକ ମାସ ପରେ ମାସ

    କିସ୍ତିରେ ଦେଉଛୁ ଟଙ୍କା,

ତଥାପି ସେ ବାକି ସୁଝୁନାହିଁ ଆମ

    ପକେଟ କରୁଛ ଫାଙ୍କା।



Rate this content
Log in

Similar oriya poem from Comedy