STORYMIRROR

Saphala Das

Children Stories Comedy Drama

4  

Saphala Das

Children Stories Comedy Drama

ଉତ୍କଳ ଦିବସ

ଉତ୍କଳ ଦିବସ

1 min
338


 ଉତ୍କଳ ଦିବସ ମୋ ଜାତି ଗୌରବ

   ସ୍ମରଣୀୟ ଇତିହାସରେ

ସ୍ୱତନ୍ତ୍ର ପ୍ରଦେଶ ସ୍ଥାନ ସେ ପାଇଲା

     ଭାରତର ମାନଚିତ୍ର ରେ ।


୧୯୩୬ ଏପ୍ରିଲ ପହିଲା 

     ଓଡ଼ିଆ ପୁଅର ଗର୍ବ

ନିଜ ଜାତିପାଇଁ ସଂକଳ୍ପ ଦିବସ

    ପାଳିଲେ ଛୁଟିରେ ପର୍ବ ।


ଉତ୍କଳ ଗୌରବ ମଧୁବାବୁ ଆମ

  ଗଢ଼ି ଉତ୍କଳ ସମ୍ମିଳନୀ

ଆହ୍ୱାନ କରିଲେ ନିଜ ଜାତି ପାଇଁ

    ଥିଲା ତାଙ୍କ ଏହି ବାଣୀ ।


"ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ

      କୋଟି ପ୍ରାଣ ବିନ୍ଦୁ ଧରେ

ତୋ'ର ପ୍ରାଣ ବିନ୍ଦୁ ମିଶାଇ ଦେ'ଭାଇ

      ଡେଇଁ ପଡି ସିନ୍ଧୁ ନୀରେ ।


ବିଛିନ୍ନ କରିଲେ ମଧ୍ୟ ପ୍ରଦେଶ ରୁ

  ସମ୍ବଲପୁର କୁ ଆମ

ସ୍ୱତନ୍ତ୍ର ଓଡିଶା ମାନ୍ୟତା ପୂର୍ବରୁ

   ଚାଲିଗଲେ ଇହ ଧାମ ।


ଉତ୍କଳ ମଣି ଗୋପବନ୍ଧୁଦାସ

    ସ୍ୱାର୍ଥପରତାଠୁ ଦୂରରେ

ସେବାବ୍ରତୀ ହୃଦେ ପହଞ୍ଚନ୍ତି ପାଶେ 

    ବନ୍ୟା, ମରୁଡି, ଭିକ୍ଷୁକ ଠାରେ ।


 ପାରଳାର ଆଉଜଣେ ମହାରଥି

  ଗଜପତିକୃଷ୍ଣ ଚନ୍ଦ୍ରଦେବ

ଉତ୍କଳ ପ୍ରଦେଶ ଗଠନରେ ପ୍ରାଣ

   ସଦା ତାଙ୍କ ବ୍ୟାକୁଳତ ।


ବାଲେଶ୍ଵର ରାଜା ବୈକୁଣ୍ଠ ନାଥ

  ଛାପା ଖାନାଟିଏ କରି

ସମ୍ବାଦ "ବାହିକା" ପ୍ରକାଶ କରିଲେ

    ଭାଷା ସମୃଦ୍ଧି କରି ।


   କର୍ମ ବୀର ଗୌରୀ ଶଙ୍କର

     'ଉତ୍କଳ ସଭା' ନାମରେ

'ଉତ୍କଳ ଦୀପିକା' ଭାଷା ସାହିତ୍ୟ ରେ

   ଦୁଃଖ ଦୂର୍ଦ୍ଦଶା ସ୍ଥାନ ଦେଲେ ସେଥିରେ।


ରାମଚନ୍ଦ୍ର ଦେବ,ଫକୀରମୋହନ

  ହରେକୃଷ୍ଣ ମହତାବ

ଜଗବନ୍ଧୁ ସିଂହ ରାଧାନାଥ ରାୟ

    ପଣ୍ଡିତ ଗୋଦାବରୀଶ ।


ସ୍ୱତନ୍ତ୍ର ପ୍ରଦେଶ ଏକତ୍ରୀକରଣ

  କେତେ ବୀର ସୁର ଗଣ

ସ୍ୱତନ୍ତ୍ର ଉତ୍କଳ ଗଠନ କରିଲେ

   ଉତ୍କଳ ଦିବସ ପାଳନ ।


Rate this content
Log in