STORYMIRROR

BULU BEHERA

Inspirational Children

3  

BULU BEHERA

Inspirational Children

ଆମର ପିତାଜୀ

ଆମର ପିତାଜୀ

1 min
382

ସିଏ  ଆମ  ପାଇଁ 


ଦିନରେ  ସୂର୍ଯ୍ୟ ଭଳି


ତେଜିଆନ  ଥିଲେ  ତ'


ରାତ୍ରରେ ଚନ୍ଦ୍ରମା  ସମ


ସୁଶୀତଳ  ଥିଲେ  l


ନିଜେ ପ୍ରଦୀପ ଶିଖା


ପରି  ଜଳି  ଜଳି  ସେ


ଆଲୋକିତ  କରୁଥିଲେ  ତ


କୃଷକ  ପରି   ସେ


ପରର  ସେବା  କରୁଥିଲେ


ଅହିଂସା  ବଳରେ  ସେ ଥିଲେ


ମହା ବଳିଆନ  ଓ  ଯୋଦ୍ଧା


ଇଂରେଜୀ  ବିରୁଦ୍ଧରେ  ସେ


କରିଥିଲେ  ସ୍ୱର ଉତ୍ତୋଳନ


ସମୟ  ସୁଅରେ  ଆମକୁ ଛାଡି


ଚାଲି ଯାଇଛନ୍ତି  ସତ,


କାଲି  ମଧ୍ୟ  ଆମେ  ତାଙ୍କ ପରି


ସମୟ  ସୁଅରେ   ଭାସିଯିବା


କିନ୍ତୁ ଆମେ  ଯଦି  ସମସ୍ତେ


ଅହିଂସା  ନୀତିରେ ଅନୁପ୍ରାଣୀତ 


ହୋଇ  ସତକାର୍ଯ୍ୟ  କରିବା


ଦେଶର  ଗୌରବତାକୁ


ବଜାୟ  ରଖି   ଆମେ  ସର୍ବଦା


ଦେଶ  ପାଇଁ  ଜୀବନ  ଦେବା


ସେହି  ମହାନ  ମାନବ


ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ


ଅନୁସରଣ  କରି  ଆମେ


ତାଙ୍କ ପରି  ଦିନେ  ହେବା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational