STORYMIRROR

Kalandi pal

Inspirational

4  

Kalandi pal

Inspirational

ଆମେରେ କେତେ ବଢିଆ

ଆମେରେ କେତେ ବଢିଆ

1 min
180


ବଢିଆରେ ଭାଇ ଆମେ ବଢିଆ

ସବୁଠାରୁ ଆମେ ଭାରି ବଢିଆ !


ପ୍ରତି କଥା ପଦେ ଇଂରେଜି କହୁ

ଆମ ମାତୃ ଭାଷା ଚୁଲିକି ଯାଉ

ଭାଷା ଅପମାନ ନିତିଦିନିଆ

ଖଣ୍ଡି ଇଂରେଜିରେ ଚାଲେ ଦୁନିଆଁ

ଏଇ ଥିରେ ଆମେ ଭାରି ବଢିଆ !


ହିନ୍ଦୁ ପରମ୍ପରା ଚଳଣି ଭୁଲି

ପାଶ୍ଚାତ୍ୟ ସଂସ୍କୃତି ଜାବୁଡି ଧରି

ଅମଡ଼ା ବାଟକୁ ସଦା ସାଥି କରୁ

ଦେଖାଇବା ପାଇଁ ବଡ଼ପଣିଆ

ଏଇ ଥିରେ ଆମେ ଭାରି ବଢିଆ !


ଓଡ଼ିଆ ପଖାଳ ମୁଢି ଉଖୁଡା

ତାଲା ପଡେ ଆଜି ଗାଆଁ ଆଖଡ଼ା

ଫାଷ୍ଟ ଫୁଡ଼ ଟିଭି ମୋବାଇଲ ଧରି

ରୋଗ କିଣୁ ଆମେ ତରବରିଆ

ଏଇ ଥିରେ ଆମେ ଭାରି ବଢିଆ.!


ଗୁରୁ ଗୁରୁଜନେ ସମ୍ମାନ ନାହିଁ

ମୋ ଠାରୁ ବଡ଼ ଆଉ କେ ନାହିଁ

ଅଳପ ଜାଣି ବହୁ ବଖାଣି

ଭାଉ ଦେଖାନ୍ତି  ଆମ ଭେଣ୍ଡିଆ

ଏଇ ଥିରେ ଆମେ ଭାରି ବଢିଆ.!


ଜମିବାଡ଼ି ସବୁ ହୁଏ ପଡିଆ

ଘରେ ବସି ଚାଷୀ ହୋଇ କୋଢିଆ

ସବୁକାମ ଭୁଲି ମାଗଣା ଖୋଜୁଛି

ଫାଇଦା ପାଇଁକି ସଦା ଆଗୁଆ

ଏଇ ଥିରେ ଆମେ ଭାରି ବଢିଆ.!


ଥିଲାବାଲା ମୁଣ୍ଡେ ତେଲ ପସରା

ନ ଥିଲା ଵାଲାର ମୁଣ୍ଡ ନୁଖୁରା

ସର ଖାଇ କିଏ କ୍ଷୀରେ ହାତ ଧୁଏ

କାହା ପାଇଁ ନାହିଁ ଭାତ ଥାଳିଆ

ଏଇ ଥିରେ ଆମେ ଭାରି ବଢିଆ.!


ନିଜେ ବଞ୍ଚିଥିଲେ ବାପାର ନାଆଁ

ଆଉ ସବୁଘରେ ଲାଗୁରେ ନିଆଁ

ସ୍ୱାର୍ଥ ହାସଲରେ କିଛି ବାଧା ନାହିଁ

ଜଳିଯାଉ ପଛେ ସାରା ଦୁନିଆଁ

ଏଇ ଥିରେ ଆମେ ଭାରି ବଢିଆ.!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational