STORYMIRROR

Jyotirmoyee Mohanty

Inspirational

3  

Jyotirmoyee Mohanty

Inspirational

ଆମେରେ ଜଗତ ଜିତା

ଆମେରେ ଜଗତ ଜିତା

1 min
237

ଆମେ କୁନି କୁନି ଫୁଲ ଦୁନିଆର 

ଆମେରେ ଜଗତ ଜିତା, 

ଆମରି ହସରେ ହସେରେ ଦୁନିଆ 

ଆମେରେ ଜଗତ ଜିତା l


ଆମେରେ ଗଢ଼ିବୁ ନୂତନ ଭାରତ 

ବିଞ୍ଚି ପ୍ରେମ , ମୈତ୍ରୀ ଭାବ, 

ଆମେରେ ଆଣିବୁ ଗୌରବ ଆମର 

ଆମକୁ ଛୋଟ ନ ଭାବ l


ଗାନ୍ଧୀ, ଗୋପବନ୍ଧୁ, ସୁବାସ, ନେତାଜୀ 

ଆମର ପୂର୍ବସୂରୀ,

ତାଙ୍କ ଚଲାପଥେ ଆମେରେ ପଥିକ 

ଭାରତେ ରଖିବୁ ଶୀରି l


ଆମେରେ ସାଜିବୁ ଵୀର ସୈନିକ 

ଛାତିକୁ କରି ପଥର, 

ଆମେରେ ପୋତିବୁ ବିଜୟର ଧ୍ବଜା 

ଶୃଙ୍ଗ ହିମାଳୟର l


ଦେଶ-ଜାତି ପାଇଁ ହସି ହସି ପ୍ରାଣ 

କରିଦେବୁ ନିତ୍ସାବର, 

ଆମେ ଭାରତୀୟ ଭାରତୀ ନନ୍ଦନ 

କାହାକୁ ଅମର ଡର l


  



Rate this content
Log in

Similar oriya poem from Inspirational