ଆମେ ଉଦୀୟମାନ ତାରକା
ଆମେ ଉଦୀୟମାନ ତାରକା
ଆମେରେ ନବ ଭାରତର
ଉଦୀୟମାନ ତାରକା,
ଆସରେ ଜ୍ୟୋତି ପରାକାଶି
ଜାଳିବା ମିଞ୍ଜି ମିଞ୍ଜିକା |((ଘୋଷା )
ରବି ଆମ ଅହିଂସା ଗ୍ରହ
ବୃହସ୍ପତି ଯେ ଗାନ୍ଧିଜୀ,
ଏହି ନୀତିକୁ ଅନୁସରି
ଚାଲିବା ସଭିଏଁ ଆଜି |
ଆସୁରେ ଯେତେ ଝଡ ଝଞ୍ଜା
ସହିବା ତାଙ୍କ ପରିକା
ଆମେରେ...............................................|(1)
ବୁଧ, ଶୁକ୍ର, ପୃଥିବୀ ପରା
ଅଟନ୍ତି ଲାଲ -ବାଲ -ପାଲ,
ମଙ୍ଗଳ ଗ୍ରହ ଆମର ଯେ
ସର୍ଦ୍ଧାର ଭାଇ ପଟେଲ |
ତାଙ୍କ ବୀରତ୍ୱ ଆମେ ଶିଖି
ଭୁଲି ମନୁ ଅହମିକା ||
ଆମେରେ.............................................. (2)
ଶନି ଗ୍ରହ ସୁଭାଷ ବୋଷ
ଥିଲେ ଇଂରେଜୀଙ୍କ ପାଇଁ,
ୟୁରେନ୍ସ ଅରବିନ୍ଦ ଘୋଷ
ପ୍ରାଣକୁ ଆହୁତି ଦେଈ l|
କର ବା ମର ଲୋକଙ୍କୁ କହି
ଫୌଜ ଗଢି ଲଢ଼ିଲେ ଏକା,
ଆମେରେ..................................................||(3)
ନେପଚ୍ୟୁନ ଆମ ଖୁଦିରାମ
ପ୍ଲୁଟୋ ଯେ ସର୍ଭରକର,
ଇଂରେଜୀଙ୍କର ଭୟ ପ୍ରବଳ
ଦେଖିଲେ ଏ ଦୁଇ ବୀର |
ଯେତେ ବୀରଙ୍କ ଜୀବନୀ ପଢି
ସେବିବା ଦେଶ ମାତୃକା ||
ଆମେରେ..................... ............................(4)
