STORYMIRROR

Rabindra kumar Sahoo

Inspirational

3  

Rabindra kumar Sahoo

Inspirational

ଆମେ ଶ୍ରମଜୀବି

ଆମେ ଶ୍ରମଜୀବି

1 min
275

ଆମେ ଶ୍ରମଜୀବି

   ଆମେ କର୍ମଜୀବି

   ଆମେ ଖଟିଖିଆ ମଣିଷ

ଆମଠି ନାହିଁ

    ଛନ୍ଦ କପଟ

ନାହିଁ ଅହଂକାର

   ରାଗ କି ରୋଷ

ମାଟିର ମଣିଷ

   ମାଟିରେ ମିଶୁ

ଖଟି ଖଟି ହେଉ

   ନିଆଁ ପାଉଁଶ

ଆମେ ଶ୍ରମଜୀବି

   ଆମେ କର୍ମଜୀବି

  ଆମେ ଖଟିଖିଆ ମଣିଷ ।।(୧)

ନାଲି ଆଖିରେ

  କାହାର ଡରିବୁ ନାହିଁ

ଅନ୍ୟାୟ, ଅନୀତି,

 ଦୁର୍ନୀତି କରି ମରିବୁ ନାହିଁ

ନୀତି, ଆଦର୍ଶକୁ

  ଜଳାଞ୍ଜଳି ଦେଇ

ତୋଷାମଦି, ଖୁସାମତି,

ଚାପୁଲୁସି କେବେ

   କରିବୁ ନାହିଁ

ଖଟୁଛୁ ଖଟିବୁ

  ଖଟି ଖଟି ଆମେ

    ମରିବୁ ପଛେ

ଅତ୍ୟାଚାର, ଶୋଷଣ,

  ଲୁଣ୍ଠନ କରିବୁ ନାହିଁ

ଖଟି ଖଟି ଆମେ

  ଜୀବନ କରିବୁ ନିଃଶେଷ

ଥିବା ଯାଏଁ ପିଣ୍ଡେ

     ଶେଷ ନିଃଶ୍ୱାସ

କର୍ମରେ ଆମେ

     କରୁ ବିଶ୍ଵାସ

ଆମେ ଶ୍ରମଜୀବି

   ଆମେ କର୍ମଜୀବି

ଆମେ ଖଟିଖିଆ ମଣିଷ ।।(୨)

ଦେଶ ଲୁଟିବୁ ନାହିଁ

  ତଣ୍ଟି କାଟିବୁ ନାହିଁ

ମିଥ୍ୟା ପ୍ରତିଶ୍ରୁତି ଦେଇ

 ଜନତାଙ୍କୁ

 ଲାଠି ମାରିବୁ ନାହିଁ

ମାଟିର ମଣିଷ

  ମାଟିରେ ମିଶିବୁ

ଶ୍ରମରେ ଆମେ

ବିଶ୍ଵାସ ରଖିଛୁ, ରଖିବୁ

 ମାଟି ମା'ର ସମ୍ମାନ ରଖିବୁ

ତା' ପାଇଁ ଆମେ ଜୀବନ ଦେବୁ

ମାଟି ମା' ହାତେ

ଗୋଲାମୀର ବେଡି

  ନ ପିନ୍ଧାଇ ଦେବୁ

ଦେହେ ଶେଷ ଶୋଣିତର

  ବିନ୍ଦୁ ଥିବା ଯାଏଁ

    ମାଟି ମା'ପାଇଁ

   ଲଢେଇ କରିବୁ

ଆମ ପାଇଁ ବଡ

 ଆମର ନମସ୍ୟା

   ଆମ ମା'ମାଟି

ଆମ ଦେଶ

ଆମେ ଶ୍ରମଜୀବି

  ଆମେ କର୍ମଜୀବି

  ଆମେ ଖଟିଖିଆ ମଣିଷ ।।(୩)

ସ୍ଵାର୍ଥ ପାଇଁ, ଅର୍ଥ ପାଇଁ

 ବିକି ପାରିବୁନି ମା'ର ଇଜ୍ଜତ୍

  ବିକି ପାରିବୁନି ଆମ ମା'ମାଟି

     ଆମ ଏ ଦେଶ

ହାତ ଗଢା ଆମ ଏ ଶ୍ରମିକ

 ମେହନତୀ ମଣିଷର

ଦେଶ ଓ ବିଶ୍ଵ

ହେବାକୁ ଦେବୁ ନାହିଁ ଧ୍ଵଂସ

ପୁଞ୍ଜିପତି, ଶିଳ୍ପପତି ଓ

ଉଦ୍ୟୋଗପତିଙ୍କ କବଳୁ

  କରିବୁ ମାଟି ମା'କୁ ମୁକ୍ତ

ସୁସ୍ଥ ରଖିବୁ ଆମେ

   ମା' ମାଟିର ପରିବେଶ

ଆମେ ଶ୍ରମଜୀବି

     ଆମେ କର୍ମଜୀବି

  ଆମେରେ ଖଟିଖିଆ ମଣିଷ ।।(୪)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational