Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Comedy Inspirational

2  

KRUTIBAS NAYAK

Comedy Inspirational

ଆମେ ସବୁ ଆଧୁନିକ

ଆମେ ସବୁ ଆଧୁନିକ

1 min
124



ମାଆ ଯଦି ମମିହେଇ ଭଲଲାଗେ କହିବାକୁ ଶୁଣିବାକୁ,

ମମିର ଅର୍ଥଟା ମଲାଲୋକ ହେଉ, ତମେ କିଏ କହିବାକୁ ?


ବାପା ଯଦି ଡାଡ଼ିହେଇ ଡେଡ଼ ହେଲା ଡିଡି ମାମ ହେଇଗଲେ,

ମଉସା କକେଇ ମାମୁକୁ ଅଙ୍କଲ କହିଲେ ସେ ଖୁସିହେଲେ ।


ଆମ ଭବିଷ୍ୟତ ବହୁତ ଉଜ୍ଜଳ ମାତୃଭାଷା ଗଲେ ହଜି,

ବଙ୍କା-ତେଡ଼ା ଭୁଲ ଇଂରାଜୀ ଚାଲିବ ତମେହେବ ସବୁ ପାଜି ।


ମୋ ପୁଅ ଓଡ଼ିଆ କହିଜାଣେ ନାହିଁ କହୁଛି ବଢିଆ ହିନ୍ଦୀ,

ଶୁଣିବା ଲୋକଟା ଗାଉଁଲିଆ ଭାବି ନିଜେ ହେଇଯିବ ଛନ୍ଦି ।


ଗରିବ ଶ୍ରମିକ ଗାଆଁ ମୂର୍ଖଲୋକ କହିବେ ଓଡ଼ିଆ କଥା,

ଆମେ ଇଂରେଜଙ୍କ ଉତ୍ତରାଧିକାରୀ ଟେକି ଚାଲୁଥିବୁ ମଥା ।


ଯେତେ ଛୋଟ ବସ୍ତ୍ର ପିନ୍ଧିବ ଝିଅଟା ସେତିକି ସୁନ୍ଦରୀ ହେବ,

ବୟଫ୍ରେଣ୍ଡ ଯଦି ନଥିବ ତାହାର ଗୋଠଖଣ୍ଡିଆ ହୋଇବ ।


ଆମେ ଆଧୁନିକ ବିଦେଶୀ ଚିଜକୁ କରୁ ବେଶି ବ୍ୟବହାର,

ତୁମର କି ଯାଏ କହିବୁ ହିଂରାଜି ଯୁଗ ହେଉଛି ଆମର ।



Rate this content
Log in

Similar oriya poem from Comedy