STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ଆମେ ସଭିଏଁ ସ୍ବଦେଶୀ

ଆମେ ସଭିଏଁ ସ୍ବଦେଶୀ

1 min
179

ଜହ୍ନ ରୁ ଚୋରେଇ ଅଳସ ଜୋଛନା, କିଏ କେତେ ଆଜି କବି. ବଣ ରୁ ଚୋରେଇ ବନ ଜୋଛାନା, କିଏ ବି ଦେଇଛି ଲେଖି କାର ପ୍ରତିଛବି. ଆମ ଏ ଦେଶର ଗୌରବ ବଢ଼ାଇ, ଏକତା ମନ୍ତ୍ର ରେ ଉଦବୁଦ୍ଧ ଭାବି ଭାବି, କେହି ଏଠି ନୁଁହ ବିଦେଶୀ ଏଠାରେ, ସଭିଙ୍କ ଭିତରେ ଶ୍ରଦ୍ଧା ସୁମନ ର ଛବି. ଭାଷା, ବେଶ, ଖାଦ୍ୟ ଭିର୍ନ୍ନ ସିନା ଆମ ଅନ୍ତରେ ସ୍ବଦେଶୀ ନଈ ରେ, ପ୍ରତି ସକାଳ ରେ ସୁନେଲି ରବି ଙ୍କ ଛବି

ଆମ ଏହି ଦେଶ, ଆଉ ତାର ସ୍ପର୍ଶ ଚେତନା ରେ, ଜାଗୃତିରେ ଜାଗି ଜାଗି. ଭାଇଚାରା ଆଉ ସ୍ନେହ ମମତାର, ହାତରେ ହାତକୁ ଛନ୍ଦି, ଆମେ ଗାଇଯିବା ବନ୍ଦେ ମାତରଂ, ସେନେହ ସରାଗେ ମଜି. ପୂର୍ବ ପର ପିଢ଼ି ଦୁହେଁ ଦୁହିଁଙ୍କର ଅନୁପୂରକ ଓ ପରିପୂରକ ପା ଜ୍ୟାମିତି ସୂତ୍ର ରେ ସହଭାଗି, ଚାଲ ଖୋଜିଯିବା ଲୁହ ଓ ଲହୁ କୁ ପ୍ରତ୍ୟେକ ଙ୍କ ଆଖିରୁ ନେବା ମାଗି.ସଭିଙ୍କ ମନରେ ଭରିଦେବା ଚାଲ ସୁଖ ରୁ ଟିକିଏ ହସରୁ ଚେନାଏ, ସ୍ୱର୍ଣ୍ଣ ସୁଜଳା ସୁଫଳା ଭାରତ ସେବାରେ ମଜ୍ଜି.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract